OnaKhabar

ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି ରହିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

126

ବୃଷ : ଏମାସର ପ୍ରଥମାର୍ଦ୍ଧ ମଧ୍ୟମଫଳ ଦାୟକ ହେବ । ଦେହ ଓ ମନ ସୁସ୍ଥ ରହିବ । ଶତ୍ରୁ ବୃଦ୍ଧି ସତ୍ତ୍ୱେ କର୍ମ ଓ ଚାକିରୀରେ ଅଗ୍ରଗତି କରିବେ । ଦୁଃସାହସିକ କାର୍ଯ୍ୟରେ ସଫଳତା ପାଇବେ । ଆୟବୃଦ୍ଧି ଅବ୍ୟାହତ ରହିବ । ପ୍ରତିଯୋଗିତା ଅଥବା ପ୍ରତିଦ୍ୱନ୍ଦିତାରେ ଜୟଯୁକ୍ତ ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୌହାର୍ଗ୍ୟ ଓ ସୁଖପୂର୍ଣ୍ଣ ରହିବ । କର୍ମ ଓ ଚାକିରୀରେ ଉନ୍ନତି ସହ ପଦମର୍ଯ୍ୟାଦା ଲାଭ ହେବ । ବ୍ୟବସାୟୀମାନେ ମନ୍ଥର ଗତିରେ ଅଗ୍ରଗତି କରିବେ । ଅଧ୍ୟୟନରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀ ଲାଭ କରିବେ ।
ମାସର ଦ୍ୱିତୀୟାର୍ଦ୍ଧ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ । ସ୍ୱାସ୍ଥ୍ୟ ଠିକ ରହିଲେ ବି କୌଣସି କାରଣରୁ ଶୋକାକୂଳ ରହିବେ । ଚାକିରୀ ଓ କର୍ମରେ ପ୍ରତିବନ୍ଧକ , ବାଧାର ବିଦ୍ରୋହର ସମ୍ମୁଖିନ ହେବେ । ଏପରିକି ଅଭିଯୁକ୍ତ ମଧ୍ୟ ହୋଇପାରନ୍ତି । ଚୋର ଭୟ ପ୍ରତି ସତର୍କ ରହିବେ । ଆୟ ପୂର୍ବବତ ରହିବ । ପରିବାରରେ ପତ୍ନୀଙ୍କ ସ୍ୱାସ୍ଥ୍ୟକ୍ଲେଶ ଓ ମାନସିକ ଅସ୍ୱସ୍ଥି ରହିବ । କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ ବାଧା ଓ କ୍ଷତିର ସମ୍ଭାବନା । ବିଭିନ୍ନ ବାଧା ବିଘ୍ନ ମଧ୍ୟରେ ବିଦ୍ୟାର୍ଥୀମାନେ ଅଗ୍ରଗତି କରିବେ ।
ଗୁରୁବାର ସତର୍କ ରହିବେ । ରିଷ୍ଟଖଣ୍ଡନ ପାଇଁ ଚଣ୍ଡିପାଠ ସହ ଦେବୀଙ୍କ ମନ୍ଦିରରେ ଦହି, ଘିଅ ଅର୍ପଣ କରି କର୍ପୁରରେ ଆଳତି କରିବେ । ଶୁଭରତ୍ନ ଶ୍ୱେତ ପ୍ରବାଳ ଓ ଶୁଭରଙ୍ଗ କ୍ରିମ ଓ ଧଳା ।