OnaKhabar

କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

600

କନ୍ୟା : ଏମାସର ପ୍ରଥମାର୍ଦ୍ଧରେ ମଧ୍ୟମ ଫଳ ଦାୟକ ହେବ ସ୍ୱାସ୍ଥ୍ୟ ଓ ମନ ଠିକ ରହିଲେ ବି ସର୍ବଦା ଦ୍ୱିଧା ଆଶଙ୍କା ମଧ୍ୟରେ ଗତି କରିବେ । ପ୍ରତିକାର୍ଯ୍ୟରେ ବିଳମ୍ବ ଓ ବାଧାର ସମ୍ମୁଖିନ ହେବେ । କଳ୍ପନା ବା କୌଣସି ଆକାଂକ୍ଷା ଫଳବଦୀ ହେବନାହିଁ । ଆୟ ଚଳନୀୟ ରହିବ । ବ୍ୟବସାୟରେ ଉନ୍ନତିର ସୂଚନା ମିଳେ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନ୍ଥରତା ପରିଲକ୍ଷିତ ହେବ ।

ମାସର ଦ୍ୱିତୀୟାର୍ଦ୍ଧରେ ସମୟ ଖୁବ ଭଲରେ ଯିବ । ଦେହ ଓ ମନ ପ୍ରଫୁଲ୍ଲ ରହିବ । କର୍ମ ଓ ଉଦ୍ୟମରେ ଉତ୍ସାହ ରହିବ ଓ ସଫଳତା ପାଇବେ । କୌଣସି ବିବାଦ ବା ଦ୍ୱନ୍ଦରେ ବିଜୟୀ ହେବେ । ନିଜର ପ୍ରାଧାନ୍ୟ ଓ ପ୍ରତିଷ୍ଠା ଅଧିକ ବୃଦ୍ଧି ହେବ । ଆୟ ବୃଦ୍ଧି ସହ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଚାକିରୀରେ ଉଚ୍ଚପଦବୀ ଲାଭ ଓ ପ୍ରଶଂସା ମିଳିବ । ବ୍ୟବସାୟରେ ବିଭିନ୍ନ ସୂତ୍ରରୁ ଆୟ ଓ ଲାଭ ଯୋଗ ଆସିବ । ଶିକ୍ଷାର୍ଥୀମାନେ ପ୍ରଶଂସିତ ହେବେ ।

ମଙ୍ଗଳବାର ସତର୍କ ରହିବେ । ସମସ୍ତ ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣଙ୍କ  କବଚ ପାଠ ଶୁଭ ହେବ । ଶୁଭରତ୍ନ ପାନ୍ନା ଓ ଶୁଭରଙ୍ଗ ସବୁଜ ଓ ଧଳା ।