OnaKhabar

ମିନ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

451

ମୀନ : ଏମାସର ପ୍ରଥମାର୍ଦ୍ଧ ଫଳ ଆଦୌ ଶୁଭ ନୁହେଁ । ଦେହ ଓ ମନ ସୁସ୍ଥ ରହିବ ନାହିଁ । ଆୟ ଉଲ୍ଲେଖନୀୟ ହ୍ରାସ ଘଟିବ । ଋଣ ଅଧିକ ବୃଦ୍ଧି ହେବ । ଚାକିରୀରେ ଅଶାନ୍ତି ଓ ଅସନ୍ତୋଷ ବୋଧ କରିବେ । ରାଜନୀତିରେ ଧୋକା ବା ବିଶତବାସ ଘାତକତା କରି ଅପମାନିତ ହେବେ । ବ୍ୟବସାୟ ଖୁବ ମନ୍ଥର ଗତିରେ ଚାଲିବ । ଶୀକ୍ଷାର୍ଥୀମାନେ ଅଧ୍ୟୟନରେ ପଛାଇବେ ଓ ଅନୁତାପ କରିବେ ।
ମାସର ଦ୍ୱିତୀୟାର୍ଦ୍ଧ ଫଳ ମଧ୍ୟମ ହେବ । ଦେହ ଓ ମନ ଭଲ ରହିଲେ ବି ଦୁର୍ଭାବନାର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦାନ ଧର୍ମ କାର୍ଯ୍ୟରେ ପ୍ରକୃତ ରହିବେ । ଲୋକପ୍ରିୟତା ବୃଦ୍ଧି ହେବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନରେ ସୁସ୍ଥ ଓ ସୌଖ୍ୟ ବୃଦ୍ଧି ଘଟିବ । ଚାକିରୀରେ ପ୍ରଶଂସିତ ହୋଇ ଉଲ୍ଲାସିତ ରହିବେ । ବ୍ୟବସାୟରେ ଉନ୍ନତିର ଫଳ ପ୍ରାପ୍ତି ହେବେ । ବିଦ୍ୟାର୍ଥୀମାନେ ଆଶାବାଦୀ ହୋଇ ଉନ୍ନତି କରିବେ । ଛାତ୍ର ଓ କର୍ମୀଙ୍କୁ ନିର୍ବିଶେଷରେ ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତି ହେବ ।
ଶୁକ୍ରବାର ସତର୍କ ରହିବେ । ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ରାମରକ୍ଷା ସ୍ତୋତ କିମ୍ବା ମାତାରାଙ୍କ ବୀଜ ମନ୍ତ୍ର ୭ଥର ଜପ କରିବେ । ଶୁଭରତ୍ନ ହଳଦିଆ ଟୋପାଜ ସହ ରକ୍ତ ପ୍ରବାଳ ଧାରଣ । ଶୁଭରଙ୍ଗ ହଳଦି ଓ ଲାଲ ।