OnaKhabar

କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

503

କୁମ୍ଭ : ମାସର ପ୍ରଥମାର୍ଦ୍ଧ ମଧ୍ୟମ ଫଳ ଦାୟକ ହେବ । ଦେହ ଓ ମନ ଭଲ ରହିବ । ଦୂର ଭ୍ରମଣ ଯୋଗ ଆସିବ । କର୍ମକ୍ଷେତ୍ରରେ ଅକ୍ଳାନ୍ତ ପରିଶ୍ରମ କରି ସଫଳଗାମୀ ହେବେ । ଦାନ ଓ ଧର୍ମ କାର୍ଯ୍ୟରେ ଅଧିକ ସମୟ କଟାଇବେ । ଆୟ ଉତ୍ତମ ରହିବ । ପାରିବାରିକ ସୌଖ୍ୟ ଅତୁଟ ରହିବ । ଚାକିରୀରେ ପ୍ରଭାବ ବୃଦ୍ଧି ହେବ । ବ୍ୟବସାୟରେ ଉତ୍ତମ ଲାଭ ଯୋଗ ଅଛି । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତିତ୍ୱ ସହ ଉତୀର୍ଣ୍ଣ ହେବେ ।
ମାସର ଦ୍ୱିତୀୟାର୍ଦ୍ଧରେ ଫଳ ସର୍ବୋତମ ରହିବ । ଦେହ ସୁସ୍ଥ ରହିବ । ସର୍ବଦା କର୍ମ ଚଂଚଳ ରହିବେ । ଦ୍ରବ୍ୟଲାଭ ତଥା ସଭାସମିତିରେ ଅଭିନନ୍ଦିତ ହେବେ । ଆୟ ଖୁବ ଉତ୍ତମ ହେବ କିନ୍ତୁ ନୂତନ ଯୋଜନା ବାଧା ପ୍ରାପ୍ତ ହେବ । ପାରିବାରିକ ଓ ଦାମ୍ପତ୍ୟ ସୌଖ୍ୟ ଅତୁଟ ରହିବ । ନୂତନ କର୍ମ ନିଯୁକ୍ତି ବା ପଦମର୍ଯ୍ୟାଦା ବୃଦ୍ଧି ଯୋଗ ଆସିବ । ବ୍ୟବସାୟୀମାନେ ଉନ୍ନତି କରିବେ । ବିଦ୍ୟାର୍ଥୀମାନେ କ୍ରମୋନ୍ନତି କରିବେ ।
ମଙ୍ଗଳବାର ସତର୍କ ରହିବେ । ରିଷ୍ଟଖଣ୍ଡନ ପାଇଁ ଶ୍ରୀକୃଷ୍ଣ ସହସ୍ର ନାମ ପାଠ ଶୁଭ ହେବ । ଶୁଭ ରତ୍ନ ନୀଲମ ବା ଆୟୋଲାଇଟ । ଶୁଭରଙ୍ଗ ନୀଳ ଓ ଧଳା ।