OnaKhabar

କାଳୀ ମନ୍ଦିର ନିକଟ କୂଅରୁ ମିଳିଲା ଏମିତି କିଛି ଜିନିଷ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ….

298

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ ଭୁଜବଲ ମାଝୀ । ତାଙ୍କ ଘର ତୁରେକେଲା ବ୍ଲକ୍ ଅନ୍ତର୍ଗତ ମାନ୍ଦଲା ଗାଁରେ ।
ସୂଚନା ଅନୁଯାୟୀ, ଭୁଜବଲଙ୍କୁ ସାଲେପଡ଼ା ଗାଁର ଜଣେ ବାବା ବଳି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଭୁଜବଲଙ୍କ ମୃତଦେହ ସାଲେପଡ଼ା ଗାଁରେ ଥିବା କାଳୀ ମନ୍ଦିର ନିକଟସ୍ଥ କୂଅ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।