OnaKhabar

ଘରର ମୁଖ୍ୟ ଦ୍ୱାର ପାଇଁ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ

802

ଭୁବନେଶ୍ୱର:ଘରର ମୁଖ୍ୟ ଦ୍ୱାରରୁ ହିଁ ଶୁଭ ଅଶୁଭ ଜଣା ପଡିଥାଏ । ପ୍ରାୟ ଲୋକ ବାସୁଶାସ୍ତ୍ର ଅନୁଯାୟୀ ଘର ତିଆରି କରିଥାନ୍ତି । ଆଉ କିଛି ଲୋକ ନିଜ ସୁବିଧା ଅନୁସାରେ ଘର ତିଆରି କରିଥାନ୍ତି । ଯାହା ଫଳରେ ଘର ଉପରେ କୁପ୍ରଭାବ ପଡିଥାଏ । ତେବେ ଏହି ସବୁ ଦିଗ ପ୍ରତି  ଧ୍ୟାନ ଦିଅନ୍ତୁ……

୧. ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଅନ୍ୟ ଦ୍ୱାର ଅପେକ୍ଷା ମୁଖ୍ୟ ଦ୍ୱାରକୁ ବଡ଼ କରନ୍ତୁ ।

୨. ମୁଖ୍ୟ ଦ୍ୱାରର ଦୁଇପାର୍ଶ୍ୱରେ ତୁଳସୀ ଗଛ ଲଗାନ୍ତୁ । ଏହା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହେ ବୋଲି କୁହାଯାଏ ।

୩. ମୁଖ୍ୟ ଦ୍ୱାର ସାମ୍ନାରେ ଅଳିଆ, ଆବର୍ଜନା ଜମା କରନ୍ତୁ ନାହିଁ କି କୌଣସି ଗାତ ରଖନ୍ତୁ ନାହିଁ । ଯଥା ସମ୍ଭବ ମୁଖ୍ୟ ଦ୍ୱାର ସମୁଖକୁ ସଫା ରଖିବାକୁ ଚେଷ୍ଟା କରନ୍ତୁ । ନହେଲେ ଘରର ସଦସ୍ୟ ରୋଗଗ୍ରସ୍ତ ହୋଇଥା’ନ୍ତି ।

୪. ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ଲମ୍ୱା ଗଛ ରହିବା ଅଶୁଭ । ଯଦି ଗଛ କାଟିବା ସମ୍ଭବ ନୁହେଁ, ତେବେ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାଇ ଏହାକୁ ପୂଜା କରନ୍ତୁ ।

୫. ସୁଫଳ ପ୍ରାପ୍ତି ପାଇଁ ଘରର ମୁଖ୍ୟ ଦ୍ୱାରରେ ଘୋଡ଼ା ନାଲ ଲଗାନ୍ତୁ । ଏହି ନାଲକୁ ଦ୍ୱାରର ମଧ୍ୟ ଭାଗରେ ଲଗାନ୍ତୁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରି ନଥାଏ ।

୬. ଘରର ମୁଖ୍ୟ ଦ୍ୱାରକୁ ଲାଗି ଆଉ ଦ୍ୱାର କରନ୍ତୁ ନାହିଁ । ଏହା ଅଶୁଭ ଫଳ ପ୍ରଦାନ କରିଥାଏ । ଯଦି ମୁଖ୍ୟ ଦ୍ୱାର ପାଖରେ ଏକ ଅବା ଏକାଧିକ ଦ୍ୱାର ଅଛି, ତା’ହେଲେ ମୁଖ୍ୟ ଦ୍ୱାରର କବାଟରେ ସ୍ପଟିକ ଚିହ୍ନ ଲଗାନ୍ତୁ । ସବୁଠୁ ଭଲ ଅନ୍ୟ ଦ୍ୱାରଗୁଡ଼ିକୁ ବନ୍ଦ କରି ଦେବାକୁ ଚେଷ୍ଟା କରନ୍ତୁ ।