OnaKhabar

ସାମାନ୍ୟ କଳିରୁ ମରଣାନ୍ତକ ଆକ୍ରମଣ

67

ନୂଆପଡା : ସାମାନ୍ୟ କଳିରୁ ଜଣେ ଯୁବକଙ୍କ ତଣ୍ଟିରେ ମଦ ବୋତଲ ଭୁସିଦେଇଛନ୍ତି ଦୁଇ ଭାଇ । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଜୋଙ୍କ ଥାନା ବଲୋଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ଗାଁ ଛକ ପାଖରେ ମନୋଜ ଦାସ ଠିଆ ହୋଇଥିବା ବେଳେ ସେହି ଗାଁର ଦୁଇ ଭାଇ ତାଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କ ତଣ୍ଟିରେ ମଦ ବୋତଲ ଭୁସିଦେଇଛନ୍ତି । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଦୁଇ ଭାଇ ଫେରାର ହୋଇଯାଇଛନ୍ତି । ପୂର୍ବରୁ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।