OnaKhabar

ଗୃହପାଳିତ ପଶୁପକ୍ଷୀଙ୍କୁ ଏମିତି ରଖୁଛନ୍ତି ତ ?…

69

ଭୁବନେଶ୍ୱର : ଅନେକ ଲୋକ ଘରେ ଶୁଆ, ବିଲେଇ, କୁକୁର, ଗାଈ ଓ ଠେକୁଆ ଆଦି ରଖନ୍ତି । ସେମାନଙ୍କୁ ଖୁବ୍ ଆଦର ବି କରନ୍ତି । ତେବେ ସେମାନଙ୍କ ସହିତ ଖରାପ ବ୍ୟବହାର କଲେ ଖରାପ ଫଳ ମଧ୍ୟ ମିଳିଥାଏ । ଈଶ୍ୱରଙ୍କ ସମ୍ୱନ୍ଧ ସୃଷ୍ଟିର ପ୍ରତ୍ୟେକ ଜିନିଷ ସହିତ ରହିଛି । ଏଥିପାଇଁ ଆଖପାଖର ସମସ୍ତ ବସ୍ତୁ, ବ୍ୟକ୍ତିବିଶେଷ ଓ ପଶୁପକ୍ଷୀ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥା’ନ୍ତି । ଅନେକ ସମୟରେ ମଣିଷ ଏମାନଙ୍କ ସହିତ ଖରାପ ବ୍ୟବହାର କରିଥାଏ ଓ ଏହାର ପ୍ରଭାବରୁ ଖରାପ ଫଳ ପାଇଥାଏ। ଆସନ୍ତୁ ଜାଣିବା, ସେମାନଙ୍କର ଯତ୍ନ ନନେଲେ ବା ସେମାନଙ୍କୁ କଷ୍ଟ ଦେଲେ କେଉଁସବୁ ଅସୁବିଧା ହୋଇଥାଏ

୧. ବିନା କୌଣସି କାରଣରେ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ ।

୨. ରୋଗ ମାଡ଼ି ବସେ ।

୩. ଔଷଧ ଓ ରୋଗରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ।

୪. ଲୋକେ ଋଣଗ୍ରସ୍ତ ହୁଅନ୍ତି ।

୫. ମାନସିକ ଅଶାନ୍ତି ଦେଖାଦିଏ ।

ପଶୁ କିପରି ଆପଣଙ୍କ ଜୀବନକୁ ସୁନ୍ଦର କରିଥା’ନ୍ତି, ଜାଣନ୍ତୁ…

୧. ପଶୁଙ୍କ ଯତ୍ନ ନେଲେ ଶନି ଦଶା କମ୍‌ ହୋଇଥାଏ ।

୨. ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଳେ ।

୩. ସେମାନଙ୍କୁ ଖାଦ୍ୟ ଦେଲେ ଦେଲେ ଜୀବନରେ ଖାଦ୍ୟର ଅଭାବ ହୁଏ ନାହିଁ ।

ପକ୍ଷୀ କିପରି ଆମ ଜୀବନକୁ ସୁନ୍ଦର କରିଥାଏ, ଜାଣନ୍ତୁ…

୧. ପକ୍ଷୀଙ୍କୁ ଦାନା ଦେଲେ ରାହୁର ପ୍ରଭାବ କମ୍ ହୋଇଥାଏ ।

୨. ପକ୍ଷୀଙ୍କୁ ପିଞ୍ଜରାରୁ ମୁକ୍ତ କଲେ ଋଣ ଓ ମକଦ୍ଦମାରୁ ରକ୍ଷା ମିଳିଥାଏ । ଏହା ସହିତ ଘରୁ କଳହ ଦୂର ହୋଇଥାଏ ।