OnaKhabar

ଘରେ ଲୁଣ ନଥିବାରୁ କଣ କଲା ସ୍ୱାମୀ, ଦେଖନ୍ତୁ…

254

କନ୍ଧମାଳ: ଘରେ ଲୁଣ ନଥିବାରୁ ସ୍ତ୍ରୀକୁ ବାଡେଇ ମାରିଦେଲା ନୃଶଂସ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ମୁଣ୍ଡୁମାସ୍କା ଗ୍ରାମରେ । ବ୍ରହ୍ମପୁର ମେଡ଼ିକାଲରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଣ୍ଡୁମାସ୍କା ଗ୍ରାମରେ ବସବାସ କରନ୍ତି ଟେଙ୍ଗ କହଁର ଓ ସ୍ତ୍ରୀ କାମିନୀ କହଁର । ପୂର୍ବରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିଲା । କିନ୍ତୁ ଉକ୍ତ ଦିନ ଘରେ ଲୁଣ ନଥିବାରୁ ସ୍ୱାମୀଙ୍କୁ କହିଥିଲା କାମିନୀ । କିନ୍ତୁ ନିଶାଶକ୍ତ ଅବସ୍ଥାରେ ଥିବା ସ୍ୱାମୀ ନିକଟରେ ଥିବା କାଠ ଫାଳିଆରେ କାମିନୀକୁ ମାଡ ମାରି ଘର ପଛପଟ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଦୀର୍ଘ ୭ ଦିନ ଧରି ଜଙ୍ଗଲରେ ମୃତ୍ୟୁ ସହ ସଂଗ୍ରାମ କରିଥିଲା କାମିନୀ । ପରେ ଗ୍ରାମବାସୀ ଜଙ୍ଗଲରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଟିଆ ଯୋଗେ ପ୍ରଥମେ ଫିରିଙ୍ଗିଆ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କାମିନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି ।