OnaKhabar

ଏକା ସାଙ୍ଗରେ କାକୁଡି ଓ ଟମାଟୋ ଖାଉଛନ୍ତି କି ଜାଣନ୍ତୁ କ’ଣ ହୋଇପାରେ…..

2,385

ଭୁବନେଶ୍ୱର : ତଟକା ଫଳ ବା ପରିବାର ସାଲାଡ ଖାଇବାକୁ କିଏ ବା ଭଲ ନପାଏ । ସ୍ୱାସ୍ଥ୍ୟ ପାଇଁ ସବୁଠୁ ହିତକର ଖାଦ୍ୟ ହେଉଛି ସାଲାଡ । ତେଲ ମସଲାଠୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଆଇଟମ । ହେଲେ ସାଲାଡ ଖାଇବାକୁ ଭଲ ପାଉଥିବା ଅଧିକାଂଶ ଲୋକେ ଜାଣିନଥାନ୍ତି ଯେ, କାକୁଡି ଓ ଟମାଟୋ ଏକ ସହ ଖାଇବା ଅନୁଚିତ୍ । ଟମାଟୋ ଓ କାକୁଡି ମଧ୍ୟରୁ ଗୋଟେ ପରିବା ଖାଇଲେ ଶୀଘ୍ର ହଜମ ହୁଏ ତ ଆଉ ଏକ ବିଳମ୍ବରେ ହଜମ ହୁଏ ।

ବିପରୀତ ରୂପରେ ହଜମ ହେଉଥିବା ପରିବା ଏକା ସହ ଖାଇଲେ ଅନେକ ସମସ୍ୟା ହୋଇଥାଏ । ଏହା ଦ୍ୱାରା ଶରୀରରେ ପେଟ ସମସ୍ୟା ହୋଇଥାଏ । ଏକା ସହ ଟମାଟୋ ଓ କାକୁଡି ଖାଇଲେ ଝାଡା ବାନ୍ତିର ସମସ୍ୟା ହୋଇପାରେ ।

ଘରେ ହେଉ ବା ବାହାରେ ସବୁଠି ଖାଦ୍ୟ ଖାଇବା ସହ ଲୋକେ ସାଲାଡ ଖାଇବା ପସନ୍ଦ କରଥାନ୍ତି । ବିବାହ ଭୋଜିରେ ମଧ୍ୟ ଖାଇବା ସ୍ଥାନରେ ପ୍ରଥମେ ସାଲାଡ ରହିଥାଏ । ଲୋକେ ସାଲାଡରେ କାକୁଡି, ପିଆଜ, ଟମାଟୋ, ମିଶାଇ ଖାଇଥାନ୍ତି ।