OnaKhabar

ବଲାଙ୍ଗିର କରଣ ସମାଜ ପକ୍ଷରୁ ଭଗବାନ ଚିତ୍ରଗୁପ୍ତଙ୍କ ବାର୍ଷିକପୂଜା ସମାପିତ

240

ବଲାଙ୍ଗିର : ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ଆନୁକୁଲ୍ୟରେ ଭଗବାନ ଚିତ୍ରଗୁପ୍ତଙ୍କ ବାର୍ଷିକ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । କରଣ ସମାଜର ମହିଳାମାନଙ୍କ ଦ୍ୱାରା ଏକ ଭବ୍ୟ କଳସ ଶୋଭାଯାତ୍ରା ଉପରାନ୍ତେ ଚିତ୍ରଗୁପ୍ତଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିବର୍ଷ ପରି ଦିପାବଳୀ ପରବର୍ତ୍ତି ଯମ ଦ୍ୱିତୀୟ ଦିନ ଭଗବାନ ଚିତ୍ରଗୁପ୍ତଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଚଳିତ ବର୍ଷ ବାର୍ଷିକ ପୂଜାରେ ଗୌର ଚନ୍ଦ୍ର ପୃଷେଠ ଓ ତାଙ୍କର ଧର୍ମପତ୍ନୀ ରଜନିଗନ୍ଧା ପୃଷେଠ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବଲାଙ୍ଗିର ଉପକଣ୍ଠ ଅନ୍ତର୍ଗତ ଆଗଲପୁର, ସାଲେଭଟା, ଲୋଇସିଂହା, ବାଞ୍ଜିପାଲି, ବୁଢିସିଣ୍ଡୋଲ, ଦେଓଗାଁ, ତୁଷୁରା, ଗୁଡଭେଲା ତଥା ବଲାଙ୍ଗିର ସହର ଏବଂ ଆଖପାଖ ଅଞ୍ଚଳରୁ ସହସ୍ରାଧିକ କରଣ ପରିବାରର ସଦସ୍ୟମାନେ ଯୋଗଦାନ କରିଥିଲେ ।


ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ନିମନ୍ତ୍ରିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ସହିତ ବଲାଙ୍ଗିର ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ମହିଳା ତଥା ଛାତ୍ର ଛାତ୍ରୀଙ୍କମାନଙ୍କ ମଧ୍ୟରେ ବିଭନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।


ପରବର୍ତ୍ତି ପର୍ଯ୍ୟାୟରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଆଗାମୀ ଡିସେମ୍ବର ୧୫ ତାରିଖରେ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତିର ବାର୍ଷିକ ଅଧିବେଶନ ଏବଂ ବାର୍ଷିକ ଉତ୍ସବ ବଲାଙ୍ଗିର ଟାଉନହଲ ଠାରେ ଅନୁଷ୍ଠିତ ହେବ ବୋଲି ସମିତିର କର୍ମକର୍ତ୍ତା ଜଣାଇଛନ୍ତି । ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳତା ପାଇଁ ଅଖିଳ ଭାରତ କାୟସ୍ଥ ମହାସଭାର କାର୍ଯ୍ୟକାରୀ ସଦସ୍ୟ ବିକ୍ରମାନନ୍ଦ ବହିଦାର, ସମିତିର ସଭାପତି ଅସୀମ ପଟ୍ଟନାୟକ, ସଂପାଦକ ପ୍ରଦିପ କୁମାର କୁଅଁର, କୋଷାଧ୍ୟକ୍ଷ ମାନସ ରଂଜନ ବହିଦାର, ଉପସଭାପତି ଅଶ୍ୱିନୀ ପଟ୍ଟନାୟକ, ମିନାକ୍ଷୀ ପଟ୍ଟନାୟକ, ଯୁଗ୍ମ ସଂପାଦକ ଜୟରାମ ପଟ୍ଟନାୟକ, ଦିଲୁ ପୃଷେଠ, ସୁଷମା ଚୈାଧୁରୀ ପ୍ରମୁଖ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମିତିର ମହିିଳା ଶାଖା ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଯୁବ ଶାଖାର ସଦସ୍ୟମାନେ ସହଯୋଗ କରିଥିଲେ ଏବଂ ଉପଦେଷ୍ଟା ମଣ୍ଡଳି ତଥା କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ।