OnaKhabar

ଦୁର୍ଘଟଣାରେ ବାପ,ପୁଅ, ଝିଅ ମୃତ

କେନ୍ଦୁଝର: କେନ୍ଦୁଝରରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଛି । ବାପ, ପୁଅ,ଝିଅ ଏକ ବାଇକ ଯୋଗେ ଯାଉଥିବା ବେଳେ ସେମାନଙ୍କୁ ଏକ ବୋଲେରୋ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଯୋଡା ଥାନା ଗଣେଶ ଭବନ ନିକଟରେ ଘଟିଛି । ଏଥିରେ ୫ବର୍ଷର ପୁଅ ଓ ୩ବର୍ଷର ଝିଅ ସହ ବାପାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , ଧକ୍କା ଦେଇଥିବା ବୋଲେରୋଟି ଚୋରା ବୋଲେରୋ ବୋଲି ଜଣାପଡିଛି । ବନ୍ଧୁକ ମୁନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବୋଲେରୋ ଚାଳକ ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି । ଫଳରେ ବହୁ ଅମୂଲ୍ୟ ଜୀବନ ଅକାଳରେ ଝଡିପଡୁଛିି । ସରକାରଙ୍କ ସଡକ ନିୟମ କାନୁନକୁ ଚାଳକ ମାନେ ମାନିବା ପାଇଁ ନାରାଜ ।