OnaKhabar

ପବିତ୍ର ଦୀପାବଳି ଅବସରରେ ଲକ୍ଷ୍ମୀ ଓ ଗଣେଶଙ୍କଠାରୁ ବରପ୍ରାପ୍ତି କରିବାକୁ ଚାହୁଁଥିଲେ ପୂଜାର୍ଚ୍ଚନା ବେଳେ..

542

ଭୁବନେଶ୍ୱର(ଓଏନ୍ଏ) : କୁହାଯାଏ ଦୀପାବଳିର ରାତି ସବୁଠୁ ଅଧିକ ଅନ୍ଧକାରମୟ ହୋଇଥାଏ । ଏହାକୁ ମହାନିଶା ରାତି ମଧ୍ୟ କୁହାଯାଇଥାଏ । ପୌରାଣିକ କଥା ଅନୁସାରେ ଆଜି ରାତିରେ ମହାଲକ୍ଷ୍ମୀ ପୃଥିବୀପୃଷ୍ଠରେ ଭ୍ରମଣ କରିଥାଆନ୍ତି । ଯେଉଁ ବ୍ୟକ୍ତିମାନେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥାଆନ୍ତି ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଦ୍ବାରା ବର୍ଷସାରା ଧନ ଏବଂ ସମୃଦ୍ଧି ମିଳିଥାଏ । ଦୀପାବଳି ଦିନ କୌଣସି ପ୍ରକାରର ଦାରିଦ୍ର୍ୟ ଦୂର କରାଯାଇପାରେ ।

କେମିତି କରିବେ ଦୀପାବଳିରେ ପୂଜାର୍ଚ୍ଚନା ଜାଣନ୍ତୁ :

୧. ପୂର୍ବ ଦିଗ ଅଥବା ଐଶାନ୍ୟ କୋଣରେ ଗୋଟିଏ ଚୌକି ରଖନ୍ତୁ । ଚୌକିରେ ଲାଲ୍ କିମ୍ବା ଗୋଲାପୀ ବସ୍ତ୍ର ପରିଧାନ କରନ୍ତୁ ।

୨. ପ୍ରଥମେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ । ଗଣେଶଙ୍କ ଡାହାଣ ପାର୍ଶ୍ବରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ ।

୩. ଆସନରେ ବସନ୍ତୁ ଏବଂ ଚାରିପାଖରେ ଜଳ ଛିଞ୍ଚି ଦିଅନ୍ତୁ ।

୪. ଏହାପରେ ସଂକଳ୍ପ ନେଇ ପୂଜା ଆରମ୍ଭ କରନ୍ତୁ । ଏକମୁଖି ଘିଅର ଦୀପ ଜଳାନ୍ତୁ ।

୫. ଏହାପରେ ଗଣେଶ ଏବଂ ମା ଲକ୍ଷ୍ମୀଙ୍କୁ ଫୁଲ ଏବଂ ପ୍ରସାଦ ଅର୍ପଣ କରନ୍ତୁ ।

୬. ଏହାପରେ ପ୍ରଥମେ ଭଗବାନ ଗଣେଶ ଏବଂ ପରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ଶେଷରେ ଆରତୀ କରନ୍ତୁ ଏବଂ ଶଙ୍ଖ ବଜାନ୍ତୁ ।

୭. ଘରେ ପ୍ରଦୀପ ପ୍ରଜ୍ବଳନ କରିବା ପୂର୍ବରୁ ଥାଳିରେ ପଞ୍ଚଦୀପ ରଖି ତାକୁ ଫୁଲ ଆଦି ଅର୍ପଣ କରି ପୂଜା କରନ୍ତୁ ।

୮. ଏହାପରେ ଘରର ବିଭିନ୍ନ ସ୍ଥାନରେ ଦୀପ ଲଗାଇବା ଆରମ୍ଭ କରନ୍ତୁ ।

୯. ଘରେ ଦୀପ ଜଳାଇବା ସହ କୂଅ ନିକଟରେ ଏବଂ ମନ୍ଦିରରେ ମଧ୍ୟ ଦୀପ ଜଳାନ୍ତୁ ।

୧୦. ଦୀପାବଳିରେ ଲାଲ ଏବଂ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରନ୍ତୁ । କଳା, ମାଟିଆ, ନୀଳ ରଙ୍ଗ ବସ୍ତ୍ର ପିନ୍ଧନ୍ତୁନାହିଁ ।

ଦୀପାବଳିରେ କ’ଣ କଲେ କେଉଁ ବର ପାଇବେ ଜାଣନ୍ତୁ :

– ଗଣେଶଙ୍କୁ ହଳଦୀ ଅର୍ପଣ କରିବା ଦ୍ବାରା ବିଦ୍ୟାପ୍ରାପ୍ତ ହୋଇଥାଏ ।

– ଲକ୍ଷ୍ମୀଙ୍କୁ ଧଳା ରଙ୍ଗର ମିଠା ଅର୍ପଣ କରିବା ଦ୍ବାରା ଧନ ପ୍ରାପ୍ତ ହୋଇଥାଏ ।

– ହନୁମାନଙ୍କୁ ତୁଳସୀପତ୍ର ଅର୍ପଣ କରିବା ଦ୍ବାରା ଦାରିଦ୍ର୍ୟ ଦୂର ହୋଇଥାଏ ।

– ତୁଳସୀ ଗଛ ମୂଳରେ ଘିଅ ଦୀପ ଜଳାଇ ଆରତୀ କରିଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବ ।

– ଦୀପାବଳି ସନ୍ଧ୍ୟାରେ ମନ୍ଦିରରେ ଦୀପ ଜାଳିଲେ ଅଟକିଯାଇଥିବା କାମ ପୂରା ହେବ ।

– ଦୀପାବଳି ଦିନ ଗରିବ ଲୋକଙ୍କୁ ମିଠା ଦେବା ଫଳରେ କରଜରୁ ମୁକ୍ତି ମିଳିପାରେ ।

– ଦୀପାବଳି ରାତିରେ ହନୁମାନ ଚାଳିଶା ପାଠ କରିବା ଦ୍ବାରା ମୋକଦ୍ଦମା ଏବଂ ବିବାଦରୁ ମୁକ୍ତି ମିଳିପାରିବ ।

– ଦୀପାବଳି ଦିନ ଭଗବାନ ରାମଙ୍କୁ ପୂଜା କରିବା ସହ କର୍ପୁର ଆରତୀ କରିବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ ।

– ଦୀପାବଳିରେ ଘରରୁ ସୁଗନ୍ଧିତ କରିବା ଫଳରେ ସନ୍ତାନସନ୍ତତିଙ୍କୁ ନେଇ ଥିବା ଚିନ୍ତା ଦୂର ହେବ ।

– ଦୀପାବଳିରେ ସୌଭାଗ୍ୟବତୀ ସ୍ତ୍ରୀକୁ ବସ୍ତ୍ର ଏବଂ ଗହଣା ଉପହାର ଦେବା ଦ୍ବାରା ଆପଣଙ୍କ ବିବାହ ଶୀଘ୍ର ହେବ ।