OnaKhabar

ଟେଷ୍ଟ ମ୍ୟାଚ୍କୁ ଡେ ନାଇଟ୍ କରିବା ପାଇଁ ହଁ ମାରିଲେ କୋହଲି

860

ମୁମ୍ୱାଇ: ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଉ ନେଉ ସୌରଭ ଗାଙ୍ଗୁଲି କାର‌୍ୟ୍ୟ ଆରମ୍ଭ କରି ଦେଇଛନ୍ତି। ଶୁକ୍ରବାର ମୁମ୍ୱାଇରେ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ। କୋହଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି। ଏଣୁ ଆଗାମୀ ଦିନରେ ବିସିସିଆଇ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। ବେଶ୍ କିଛି ବର୍ଷ ହେବ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ୍ କଥା ଆଲୋଚନା ହେଉଥିବା ବେଳେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ତତ୍ପରତା ଦେଖାଇଥିବା କୁହାଯାଉଛି।
ଏହା ବି ଶୁଣିବାକୁ ମିଳିଛି ଯେ ବିସିସିଆଇ ପ୍ରଥମ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ କରିବ। ଗାଙ୍ଗୁଲିଙ୍କ ସମ୍ମାନରେ ବେଙ୍ଗଲ କ୍ରିକେଟ ଆସୋସିଏସନ ଏହି ମ୍ୟାଚ୍ ଆୟୋଜନ କରିବ। ତେବେ ମ୍ୟାଚ୍ କେବେ ହେବ, ସେ ନେଇ କିଛି ସୂଚନା ଆସି ନାହିଁ।