OnaKhabar

ପ୍ରତିଦିନ ୨ଟି ପତ୍ର ଖାଇଲେ ହୁଏ ଅନେକ ରୋଗ ଦୂର, ଆସନ୍ତୁ ଜାଣିବା କେଉଁ ପତ୍ର …

1,511

ଭୁବନେଶ୍ୱର: ଆମେ ଜାଣିଛେ ଲେଉଟିଆ ଶାଗକୁ ଭାଜିକି ଖାଇବା କଥା | କିନ୍ତୁ ଏଥିରେ ଭରପୁର ଔଷଧୀୟ ଗୁଣ ରହିଛି। ଲେଉଟିଆ ଶାଗର ପତ୍ରରେ ପ୍ରଚୁର ମାତ୍ରାର ପ୍ରୋଟୀନ, ଭିଟାମିନ ରହିଛି। ତେବେ ଏହି ଶାଗର ପତ୍ର ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ ଜାଣନ୍ତୁ। ଯଦି ଆଘାତ ପାଇବା ପରେ ଶରୀରର କୌଣସି ଯାଗା ଫୁଲିବାର ସମସ୍ୟା ଥାଏ ତାହେଲେ ଲେଉଟିଆ ପତ୍ରର ତେଲ ସେହି ସ୍ଥାନରେ ଲଗାଇଲେ ଫୁଲା କମିବା ସହ କଷ୍ଟ ଦୂର ହେବ।
ଲେଉଟିଆ ପତ୍ରରେ ଫିଟୋନ୍ୟୁଟ୍ରିଏନ୍ସ ନାମକ ତତ୍ତ୍ବ ଥାଏ ଯାହା ରକ୍ତଚାପ କମ କରିଥାଏ। ଏଥିପାଇଁ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିବା ଲୋକେ ପ୍ରତିଦିନ ଏହି ଶାଗ ଖାଇବା ଜରୁରୀ। ଏହା ଦ୍ବାରା ଶରୀରକୁ ଅନେକ ଫାଇଦା ହୋଇଥାଏ। ଲେଉଟିଆ ଶାଗ ଖାଇଲେ ଶରୀରର ଟକ୍ସିକ୍‌ ବାହାରିଯାଏ।
ଏଥିପାଇଁ ଲେଉଟିଆ ଶାଗର ତରକାରୀ ବା ପତ୍ର ଖାଇବା ଉଚିତ୍‌। ଲେଉଟିଆ ପତ୍ର ସିଝାଇ ଏହାର ପାଣି ପିଇଲେ ଓଜନ କମେ । ଶରୀରର ଫାଇଦା ପାଇଁ ସକାଳେ ଉଠି ବାସି ମୁହଁରେ ଏହାର ୨ଟି ପତ୍ର ଖାଇବା ଜରୁରୀ। ଶରୀରରୁ ବିଭିନ୍ନ ପ୍ରକାରର ବର୍ଜ୍ୟ ବସ୍ତୁ ଏହାର ଦୁଇଟି ପତ୍ର ସେବନ କଲେ ବାହାରିଯାଇଥିଲା । ରକ୍ତଚାପକୁ ଏହା ନିୟନ୍ତ୍ରଣ କରିଥାଏ।