OnaKhabar

ଆଜି ଦିନ ତମାମ ପ୍ରବଳ ବର୍ଷା : ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ, ପୁରୀରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଆଜି ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ପ୍ରବଳ ବର୍ଷାକୁ ଆଖିଆଗରେ ଯଖି ୮ଟି ଜିଲ୍ଲା ଯଥା- ଯାଜପୁର, ଗଞ୍ଜାମ, କଟକ, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି |
ଅନ୍ୟପକ୍ଷରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ୱରରେ ୧୦୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।୧୨ ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସମୁଦାୟ ୧୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି ।
ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ।ବିଜୟନଗରମ୍ ରେଳ ଷ୍ଟେସନ୍ ରେଳ ଧାରଣା ଉପରେ ପାଣି ଜମି ରହିଛି । ଫଳରେ ଭୁବନେଶ୍ବର – ବିଶାଖାପାଟଣାରେ ଇଣ୍ଟରସିଟି ଏକ୍ସପ୍ରେସ୍ ର ସୂଚୀ ପରିବର୍ତ୍ତନ କରାଯାଇଛି ।ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଟ୍ରେନ୍ ଯିବା ପରେ ସେଠାରୁ କୌଣସି ଯାତ୍ରୀ କୁ ଟ୍ରେନ୍ ରେ ଯାତ୍ରା କରିବାର ସୁଯୋଗ ନଦେଇ ଖାଲି ଟ୍ରେନ୍ କୁ ବିଶାଖାପାଟଣା ଛଡାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ବିଶାଖାପାଟଣା – ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍, ବିଶାଖାପାଟଣା – ବ୍ରହ୍ମପୁର ଓ ବ୍ରହ୍ମପୁର – ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ୍ ନେଇ ରେଳ ବିଭାଗ ସୂଚନା ଦେଇଛି । ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ସ୍ଥିତି ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଶେଷକରି ସାନଖେମୁଣ୍ଡି ଅଞ୍ଚଳର ଅବସ୍ଥା ଉଦବେଗ ଜନକ ହୋଇପଡିଛି । ଉପର ମୁଣ୍ଡରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷ ଜମି ଜଳ ମଗ୍ନ ସହ ବହୁ ଫସଲ ନଷ୍ଟ ହୋଇଥିବା ଜଣାପଡିଛି ।