OnaKhabar

ଗହମ ଓ ଡାଲିର ସର୍ବନିମ୍ନ ମୂଲ୍ୟ ବଢ଼ିଲା

169

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ଡାଲିଜାତୀୟ ଫସଲର ମୂଲ୍ୟ ବଢିଥାଏ । ତେବେ ଏବେ ମଧ୍ୟ ଗହମ ଓ ଡାଲି ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧି କରାଯାଇଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ତରଫରୁ ଏସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
୨୦୨୦-୨୧ ରବି ଋତୁ ଲାଗି ମସୁରର କ୍ବିଣ୍ଟାଲ୍ ପିଛା ଏମଏସପିରେ ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି କରାଯାଇଛି। କୁସୁମର ଏମ୍ଏସପି ୨୭୦ ଟଙ୍କା ଓ ଚଣାର ୨୫୫ ଟଙ୍କା ବୃଦ୍ଧି କରାଯାଇଛି। ଧଳା ସୋରିଷର ଏମ୍ଏସପି କିଣ୍ଟାଲ ପ୍ରତି ୨୫୫ ଟଙ୍କା ବଢ଼ିଥିବା ବେଳେ ଗହମର ଏମ୍ଏସପି ୮୫ ଟଙ୍କା ବୃଦ୍ଧି ପାଇଛି ।
ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏମ୍ଏସପି ବୃଦ୍ଧି କରାଯିବା ପରେ କୁସୁମକୁ ବାଦ ଦେଲେ ଅନ୍ୟ ସବୁ ଫସଲ ଉପରେ ଚାଷୀମାନେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ୫୦% ଅଧିକ ଅର୍ଥ ପାଇପାରିବେ। ଏମ୍ଏସପି ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗହମର କ୍ବିଣ୍ଟାଲ ପିଛା ଏମ୍ଏସପି ୧୯୨୫ ଟଙ୍କା ହୋଇଛି। ସେହିପର ଯଅ ୧୫୨୫ ଟଙ୍କା, ଚଣା ୪୮୭୫ ଟଙ୍କା, ମସୁର ୪୮୦୦ ଟଙ୍କା, ଧଳା ସୋରିଷ ୪୪୨୫ ଟଙ୍କା ଏବଂ କୁସୁମର କ୍ବିଣ୍ଟାଲ ପିଛା ଏମ୍ଏସପି ୫୨୧୫ ଟଙ୍କା ହୋଇଛି।