OnaKhabar

ପ୍ରେମରେ ପ୍ରତାରଣା ମିଳିବା ପରେ ଯୁବତୀ ଏମିତି କଲେ..

55

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅଂଚଳରେ ଜନୈକ ଯୁବତୀ ପ୍ରେମପ୍ରତାରଣାରେ ୭ ମାସର ଗର୍ଭବତୀ ହୋଇ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରୁଛି ।
ସୂଚନାଅନୁଯାୟୀ, ବନ୍ଧମୁଣ୍ଡା ଅଂଚଳରେ ଏହି ଯୁବତୀ ସପରିବାର ରୁହନ୍ତି । ତାଙ୍କ ପଡ଼ୋଶୀ ସୁନୀଲ ରାଜଙ୍କ ଘରକୁ ଯାଆସ କରନ୍ତି । ଏହାର ସୁଯୋଗ ନେଇ ସୁନୀଲ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଆସୁଥିଲେ । ଏ ଘଟଣା ସମ୍ପର୍କରେ ସୁନୀଲଙ୍କ ଆଉ ଏକ ବନ୍ଧୁ ଜାଣିଥିଲେ । ସେ ଘରେ କହିଦେବା ଧମକ ଦେଇ ଯୁବତୀଙ୍କୁ ବ୍ଲାକମେଲ କରୁଥିଲେ । ୭ ମାସ ପୂର୍ବେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ମଧ୍ୟ ଏହି ଦୁଇ ବନ୍ଧୁ ସବୁ ଜାଣିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଯୁବତୀ ବର୍ତମାନ ଶିଶୁକନ୍ୟାକୁ ପ୍ରସବ ଦେଇଥିବା ବେଳେ ଏହି ଦୁଇଜଣଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ଦ୍ୱୟ ଯୁବତୀ ଓ ତାଙ୍କ ପରିବାରକୁ ମାରିଦେବା ପାଇଁ ଧମକ ଦେଉଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି ବୋଲି ସୂଚନା ମିଳିଛି ।