OnaKhabar

ଦୀପାବଳିର ଇତିହାସ

306

ଭୁବନେଶ୍ୱର(ଓଏନ୍ଏ-ପ୍ରମିତା ପ୍ରଣୟନୀ ପାଢୀ) : ଚାଣକ୍ୟ ଓ ଚୋଳ ବଂଶ କାଳୀନ ଉସ୍ଥବ ପରମ୍ପରାରେ ଦୀପାବଳି ପାଳନ ହେଉଥିବାର କନୌଜ ବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ‘ନାଗାନନ୍ଦ’ରୁ ଜଣାପଡେ | ଗୁପ୍ରବଂଶୀୟ ସମ୍ରାଟ ଦ୍ୱୀତିୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ପବିତ୍ର ଦୀପାବଳୀ ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା’ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା |

ଦୀପାବଳି ଉତ୍ସବ ପାଳନ ବିଷୟରେ ନାନା ପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ସତ୍ୟ ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଦୀପାବଳି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହି ଦିନଟିକୁ ବହୁ ଯାକଜମକରେ ପାଳନ କରନ୍ତି ।