OnaKhabar

ଏପରି ଅବସ୍ଥାରେ ମିଳିଲା ରାତ୍ରୀ ଜଗୁଆଳିଙ୍କ ମୃତଦେହ ଉଦ୍ଧାର, ଜାଣନ୍ତୁ ପୁରା ଘଟଣା….

137

ବଡବିଲ :କେନ୍ଦୁଝର ଜିଲ୍ଲା ଯୋଡ଼। ଥାନା, ହୁଡ଼ି ସାହିରେ ଥିବା ରାଉତ୍ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ଏକ ଅଭାବନୀୟ ଘଟଣା | ଏଠାରେ ଜଣେ ରାତ୍ରୀ ଜଗୁଆଳି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ମୃତ ଜଗୁଆଳି ହେଉଛନ୍ତି ଯୋଡ଼। କୁନ୍ଦୁରୁନାଲା ଅଂଚଳର ଲକ୍ଷ୍ମଣ ପାତ୍ର ।
ଲକ୍ଷ୍ମଣ ପାତ୍ର ଏବଂ ତାଙ୍କ ଭାଇ ଭରତ ପାତ୍ର, ଉଭୟ ରାଉତ୍ କମ୍ପ୍ଲେକ୍ସରେ ଜଗୁଆଳି ଭାବେ କାମ କରିଆସୁଥିଲେ। ଭରତ ଦିନରେ ଏବଂ ଲକ୍ଷ୍ମଣ ରାତିରେ ଜଗୁଆଳି ଭାବେ କାମ କରିବା ସହ ପାଣି ମୋଟର ଚଳାଇ ଥାଆନ୍ତି । ତେବେ ଆଜି ବଡ଼ି ଭୋର ସମୟରେ କମ୍ପ୍ଲେକ୍ସର ୨ୟ ମହଲାର ଛାତ ଉପରେ ବେକରେ ରଶି ଲଗାଇ ଲକ୍ଷ୍ମଣ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।
ସୂଚନା ପାଇ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ଯୋଡ଼। ପୋଲିସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଲକ୍ଷ୍ମଣ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତି ନେଲେ ସେନେଇ ଯୋଡ଼। ପୋଲିସ ଛାନଭିନ୍ ଚଳାଇଛି ।