OnaKhabar

ଡିସିପି ପରିଚୟ ଦେଇ ୭ଲକ୍ଷ ଟଙ୍କା ଠକେଇରେ ଇଞ୍ଜଜିନିୟର ଗିରଫ

88

କୋରାପୁଟ : ଏକ ରୋମାଞ୍ଜକର ବ୍ଲାକମେଲିଂ ଘଟଣାକ୍ରମରେ ନିଜକୁ କଟକ ଡିସିପି ଭାବେ ପରିଚୟ ଦେଇ ୭ଲକ୍ଷ ୨୦ହଜାର ଟଙ୍କା ଠକି ଜଣେ ଯୁବ ଇଞ୍ଜିନିୟର ଗିରଫ ହେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଦାମନଯୋଡ଼ିର ଯୁବ ଇଞ୍ଜିନିୟର ପବିତ୍ର ମୋହନ ମହାନ୍ତିଙ୍କୁ ସେମିଲିଗୁଡ଼ା ପୁଲିସ ଗିରଫ କରିଛି । ଏହି ଗିରଫ ପରେ ଏକ ଫେସବୁକ୍ ପ୍ରେମ କାହାଣୀର ଖୁଲାସ ହୋଇଛି ।
ସୂଚନା ଅନୁଯାୟୀ,କୋରାପୁଟ ଜିଲ୍ଲା ସେମିଳିଗୁଡା ଅଂଚଳର ଯୁବକ ଜଗଦୀଶ ପାଢ଼ୀଙ୍କର ଫେସ୍‌ବୁକରେ ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ଦେବସ୍ମିତା ମହାପାତ୍ରଙ୍କ ନାମରେ ଥିବା ଏହି ଯୁବତୀଙ୍କ ସହ ଜଗଦୀଶ ଫେସବୁକରେ ଚାଟିଂ କରୁଥିଲେ। ଏମିତି ଧୀରେ ଧୀରେ ସେମାନଙ୍କ ସଂପର୍କ ନିବିଡ଼ ହୋଇଥିଲା। କେହି କାହାକୁ ଦେଖି ନ ଥିଲେ କି ଜାଣି ନ ଥିଲେ ବି ଦଗଦୀଶ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ପରେ ସେମାନେ ଅଶ୍ଳୀଳ ମେସେଜ୍ ପଠାଇବା ସହ ଅଶ୍ଳୀଳ ଫଟୋ ବି ଦିଆନିଆ କରିଥିଲେ। ବହୁ ଆପତ୍ତିଜନକ ଚିତ୍ର ସେମାନେ ଫେସବୁକ୍ ମାଧ୍ୟମରେ ଆଦାନ ପ୍ରଦାନ କରିଥିଲେ। ଏହା ପରେ ହଠାତ୍ ଦେବସ୍ମିତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ ହୋଇ ଯାଇଥିଲା।
ଏପଟେ ଦେବସ୍ମିତା ଏମିତି କାହିଁକି କଲେ ଜଗଦୀଶ କିଛି ବୁଝି ପାରି ନ ଥିଲେ। କିନ୍ତୁ ଏହାର କିଛି ଦିନ ପରେ ଜଗଦୀଶଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ଯୁବକ ଜଣଙ୍କ ନିଜକୁ କଟକ ଡିସିପି ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲ, ତୁ ମୋ ଝିଆରୀ ସହ ଫେସବୁକ୍‌ରେ ଖରାପ କଥାବାର୍ତ୍ତା କରିଛୁ। ତତେ ଥାନାରେ ପୂରାଇ ଦେବି। ଶୀଘ୍ର ୫୦ ହଜାର ଟଙ୍କା ନ ଦେଲେ କେସ୍ କରି ଦେବି ବୋଲି ଧମକ ଦେଇଥିଲେ। ଫଳରେ ଜଗଦୀଶ ଡରିମରି ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏଭଳି ବ୍ଲାକ୍‌ମେଲିଂ ଆଉ ବନ୍ଦ ହୋଇ ନ ଥିଲା। କଟକର ଡିସିପି କହି ସେ ବାରମ୍ବାର ଜଗଦୀଶଙ୍କୁ ଧମକାଇ ଟଙ୍କା ଆଦାୟ କରି ଚାଲିଥିଲେ। ଏମିତିରେ ସେ ୭ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବାବେଳେ ଆହୁରି ୩ ଲକ୍ଷ ଟଙ୍କା ମାଗୁଥିଲେ।