OnaKhabar

ଲଭ୍ , ସେକ୍ସ , ଧୋକା ତା’ପରେ…..

436

ଭୁବନେଶ୍ବର : ଭଲପାଇବା ପରେ ଶାରୀରିକ ସମ୍ପର୍କ ସ୍ଥାପନ କରି ଧୋକା ଦେବା ଭଳି ଏକ ଘଟଣା ସମ୍ନାକୁ ଆସିଛି । ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ହୋଇଛି । ଲଭ୍ ସେକ୍ସ ଓ ଧୋକା ଘଟଣା ସାମ୍ନାକୁ ଆସିଛି । କଟକ ଏମ ଏମ ମେଡିକେୟାର ହସ୍ପିଟାଲର ନର୍ସ ନିହାରିକାଙ୍କ ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଜଣେ ନର୍ସଙ୍କ ସହ ପ୍ରେମ ପ୍ରଣୟ ଓ ପ୍ରତାରଣା ଭଳି ସାଙ୍ଘାତିକ ଘଟଣା ଘଟିଛି । କଟକ ସନ୍ ହସ୍ପିଟାଲରେ ପୂର୍ବରୁ ନର୍ସ ଭାବେ କାର‌୍ୟ୍ୟରତ ଏହି ପ୍ରତାରିତା ପ୍ରେମିକା ଏବେ ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । କଟକ ସନ୍ ହସ୍ପିଟାଲ ପରେ ସମ୍ପ୍ରତି ଭୁବନେଶ୍ବରର ଏକ ଘରୋଇ ନର୍ସିଂହୋମ୍ ରେ ନର୍ସ ଭାବେ କାର‌୍ୟ୍ୟ କରୁଥିବା ଏହି ଯୁବତୀ ଭୁବନେଶ୍ବର ମହିଳା ଥାନାରେ ପହଞ୍ଚ ତାଙ୍କ ପ୍ରେମିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭିଯୋଗ ହେଲା ଯେ, ତାଙ୍କ ପ୍ରେମିକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ଭାବେ ଉପଭୋଗ କରିଛନ୍ତି । କିନ୍ତୁ ପରବର୍ତ୍ତି ସମୟରେ ସେ ବିବାହ କରିବା ପାଇଁ ରାଜି ହେଉନାହାନ୍ତି । ପ୍ରେମିକ ହେଉଛନ୍ତି ପୂର୍ବରୁ ଯୁବତୀ କାମ କରୁଥିବା ସନ୍ ହସ୍ପିଟାଲର ଜଣେ ଏଚଆର (ମାନବ ସମ୍ବଳ ବିଭାଗ) ଏକଜିକ୍ୟୁଟିଭ । ଭୁବନେଶ୍ବର ମହିଳା ଥାନାରେ ଯୁବତୀ ଏହି ଅଭିଯୋଗ କରିଥିବା ବେଳେ ଘଟଣା କଟକରେ ଘଟିଥିବାରୁ ଯୁବତୀଙ୍କୁ କଟକ ମହିଳା ଥାନାରେ ଅଭିଯୋଗ କରିବା ଲାଗି ପରାମର୍ଶ ଦିଆଯାଇଛି । ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ କଟକ ସନ୍ ହସ୍ପିଟାଲରେ କାମ କରିବା ବେଳେ ଏଚଆର ବିଭାଗର ସଂପୃକ୍ତ କର୍ମଚାରୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରେମିକ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଥରେ ନିଜ ଘରକୁ ନେବାକୁ କହି ତାଙ୍କୁ କଟକର ଏକ ହୋଟେଲକୁ ନେଇଯାଇଥିଲେ । ହୋଟେଲରେ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ନାଁ ପଞ୍ଜୀକରଣ କରି ରହିଥିଲେ । ରାତିରେ ବିବାହର ପ୍ରଲୋଭନ ଦେଇ ତାଙ୍କ ସହ ତାଙ୍କ ପ୍ରେମିକ ଶାରିରୀକ ସଂପର୍କ ରଖିଥିଲେ । ଏହାପରେ ବରାବର ସେ ତାଙ୍କ ସହ ଶାରିରୀକ ସଂପର୍କ ରଖି ଆସୁଥିବା ସହ ଯୁବତୀ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ସ୍ବାମୀ-ସ୍ତ୍ରୀ ଭାବେ ଉଭୟେ ହୋଟେଲରେ ଅବସ୍ଥାନ କରିଥିବା ପ୍ରମାଣ ମଧ୍ୟ ଯୁବତୀ ରଖିଛନ୍ତି ।
ସୂଚନା ଅନୁଯାୟୀ,ଦୀର୍ଘ ଦିନ ଧରି ପ୍ରେମ ଓ ଶାରିରୀକ ସଂପର୍କ ପରେ ଯୁବତୀ ତାଙ୍କ ପ୍ରେମ ପ୍ରସଙ୍ଗରେ ଘରଲୋକଙ୍କୁ ସୂଚନା ଦେବା ସହ ପ୍ରେମିକଙ୍କୁ ବିବାହ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ସେହି ଅନୁସାରେ ଯୁବତୀଙ୍କ ପରିବାର ଲୋକେ ତାଙ୍କ ପ୍ରେମିକଙ୍କ ଘର କେନ୍ଦ୍ରାପଡାକୁ ଯାଇଥିଲେ । ତେବେ ପ୍ରେମିକଙ୍କ ପିତା ଓ ପରିବାରବର୍ଗ ଯୁବତୀଙ୍କ ପରିବାରଲୋକଙ୍କୁ ଅପମାନିତ କରି ଫେରାଇ ଦେଇଥିଲେ । ଏହାପରେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଆଉ ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ପୋଲିସ କଣ ପଦକ୍ଷେପ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି । କିଛି ଦିନ ତଳେ ସମାନ ଘଟଣାରେ ନର୍ସ ନିହାରିକାଙ୍କୁ ତାଙ୍କ ପ୍ରେମିକ କିଶୋର ଆଇଚ ହତ୍ୟା କରି ବିଲୁଆଖାଇ ନଦୀରେ ଭସାଇଦେଇଥିଲା । ପୋଲିସ ଘଟଣାର ଖୋଳତାଡ କରି ଅଭିଯୁକ୍ତ କିଶୋର ଆଇଚକୁ ଗିରଫ କରିଥିଲା । କିଶୋର ଏବେ ଜେଲର ଚାରିକାନ୍ଥ ଭିତରେ ରହିଛି । ପୋଲିସର ସାମାନ୍ୟ ଅସାବଧାନତା ଯେକୌଣସି ପରିସ୍ଥିତି ସୃଷ୍ଟି କରିପାରେ ।