OnaKhabar

ଜିଇଁ ଉଠିଲା ମଲା ମଣିଷ ତା’ପରେ…

642

ଆୟରଲ୍ୟାଣ୍ଡ: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ଆୟରଲ୍ୟାଣ୍ଡରେ । ଦୁନିଆରେ ଏମିତି କିଛି ଘଟଣା ଅଛି ଯାହା ବିଶ୍ବାସ କରିବା ସମ୍ଭବ ନୁହେଁ। ବିଶ୍ବାସ ନ କଲେ ଏହା ସତ୍ୟ ଘଟଣା। ଡ଼ାକ୍ତର ଜଣେ ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରିବା ପରେ ମୃତ ବ୍ୟକ୍ତି ବଞ୍ଚିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ ଯେ ଆୟରଲ୍ୟାଣ୍ଡରେ ରହୁଥିବା ସାଇ ବ୍ର‌୍ୟାଡ୍ଲି ନାମକ ଜଣେ ବ୍ୟକ୍ତି ଡିଫେନ୍ସ ଫୋର୍ସରେ ଥିଲେ। ଚଳିତ ମାସ ଅକ୍ଟୋବର ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ର‌୍ୟାଡଲିଙ୍କ ସଂପର୍କୀୟ ତାଙ୍କ ଶବକୁ ନେଇ ରସ୍ମୋ-ରିଓ୍ବାଜରେ ଅନ୍ତିମ ଶୋଭାଯାତ୍ରାରେ ନେଇଥିଲେ।
ବ୍ର‌୍ୟାଡଲିଙ୍କ ଶବକୁ କଫିନ୍ରେ ରଖି ଶ୍ମଶାନକୁ ନିଆ ଯାଇଥିଲା। ହଠାତ୍ କଫିନ୍ ଭିତରୁ ଗୋଟେ ଶବ୍ଦ ଶୁଣା ଯାଇଥିଲା। ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିବା ବ୍ର‌୍ୟାଡଲିଙ୍କ ପରିବାର ଓ ସଂପର୍କୀୟ ଲୋକ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। କଫିନ୍ ଭିତରୁ ଶୁଣାଯାଇଥିଲା ‘’ମୋତେ ବାହାର କର ଭିତରେ ମୁଁ ଅଣନିଃଶ୍ବାସୀ ହୋଇଗଲିଣି’। କଫିନ୍ ଭିତରୁ ଏପରି ଶୁଭିଲା ପରେ ଉପସ୍ଥିତ ଲୋକ କଫିନ ଭିତରୁ ଆସୁଥିବା ଶବ୍ଦ ପ୍ରତି ଧ୍ୟାନ ଦେଇ ନଥିଲେ। ପୁଣି କଫିନ୍ ଭିତରୁ ଶବ୍ଦ ଶୁଭିଥିଲା। କଫିନ୍ ଭିତରୁ ପୁଣି ଶବ୍ଦ ଶୁଭିଥିଲା ମୋତେ ବାହାର କର।
ଏମିତି ବାରମ୍ବାର ଶବ୍ଦ ଶୁଭିଲା ପରେ ସାଇ ବ୍ର‌୍ୟାଡଲିଙ୍କୁ ମୃତ ଶରୀରକୁ କଫିନ୍ ଭିତରୁ ସଂପର୍କୀୟ ଲୋକ ବାହାର କରିଥିଲେ। ସାଇ ବ୍ର‌୍ୟାଡଲି ଜୀବିତ ଥିବା ଦେଥି ତାଙ୍କୁ ପୁଣି ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ପରୀକ୍ଷା କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଡାକ୍ତରଙ୍କ କହିବା ଅନୁସାରେ କିଛି ସମୟ ପାଇଁ ବ୍ର‌୍ୟାଡଲିଙ୍କ ନିଶ୍ବାସ ଓ ପ୍ରଶ୍ବାସ ବନ୍ଦ ହୋଇଯାଇଥିଲା। ତେଣୁ ବ୍ର‌୍ୟାଡଲିଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରାଯାଇଥିଲା।