OnaKhabar

କୁଆଁରପୁନେଇରେ ନାବାଳିକା ଶାଳୀକୁ ଭିଣେଇର ଦୁଷ୍କର୍ମ

515

ବାଲେଶ୍ୱର : ସେ ଗରିବ ହେଉ କି ଧନୀ କୁଆଁରପୁନେଇରେ ପ୍ରାୟ ଝିଅମାନେ ବେଶ ଖୁସି ମନାଇଥାନ୍ତି | ଏହିପରି ଖୁସିରେ ବୁଲୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି | ଆଉ ଏହି ଦୁଷ୍କର୍ମ କରିଛି ଭିଣେଇ | ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅର୍ନ୍ତଗତ ଦୁର୍ଗାଦେବୀ ଅଂଚଳରେ | ନାବାଳିକାଙ୍କୁ ତାଙ୍କର ସମ୍ପକୀୟ ଭିଣେଇ ଦୁଷ୍କର୍ମ କରିଥିବା ନେଇ ରେମୁଣା ଥାନାରେ ଅଭିଯୋଗ କରାଯାଇଛି । ଏନେଇ ରେମୁଣା ପୁଲିସ ଦୁଷ୍କର୍ମକାରୀ ତଥା ନାବାଳିକଙ୍କ ସର୍ମ୍ପକୀୟ ଭିଣେଇ ହେମନ୍ତ ବିନ୍ଧାଣୀ(୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।


ମିଳିଥିବା ଖବର ଅନୁଯାଇ ,ଗତ କୁମାର ପୂର୍ଣ୍ଣମୀ ଉତ୍ସବ ଦିନ ଦୁର୍ଗାଦେବୀ ଠାରେ କୁମାର ଉତ୍ସବ ଅନୁଷ୍ଠିତ ହେଉଥିଲା । ଉକ୍ତ ଅଂଚଳର ଜଣେ ନାବାଳିକା ତାଙ୍କ ସମ୍ପର୍କୀୟଙ୍କ ସହ ସେଇ କୁମାର ଉତ୍ସବ ନିକଟକୁ ଯାଇଥିଲା । ସେଠାରୁ ଫେରୁଥିବା ବେଳେ ନାବାଳିକାଙ୍କର ଜଣେ ସମ୍ପକୀୟ ଭିଣେଇ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ତାଙ୍କ ପରିବାର ଲୋକେ ରେମୁଣା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଉକ୍ତ ଦୁଷ୍କର୍ମକାରୀ ଭିଣେଇ ହେମନ୍ତଙ୍କୁ ଗିରଫ କରି ମେଡିକାଲ ଟେଷ୍ଟ କରି କୋର୍ଟଚାଲାଣ କରିଛି । ଗିରଫ ହେମନ୍ତ ପିଡ଼ିତା ନାବାଳିକାଙ୍କ ମାଉସୀ ଝିଅ ଭଉଣୀଙ୍କୁ ବିବାହ କରିଛନ୍ତି ।