OnaKhabar

ରିକ୍ସାଚାଳକଙ୍କ ଝିଅ ଜାତୀୟସ୍ତରର କ୍ରୀଡ଼ାବିତ୍‌

176

ଧର୍ମଗଡ଼ : ଅନିତା ନାଏକ । ବୟସ ୧୫ବର୍ଷ । ଦଶମ ଶ୍ରେଣୀର ଛାତ୍ରୀ । ସାଇକଲ ପୋଲୋରେ ଭାଗ ନେଇ ସେ ନିଜକୁ ରାଷ୍ଟ୍ରିୟ ସ୍ତରର ଜଣେ କ୍ରୀଡ଼ାବିତ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ସେ ଲାଗାତାର ୫ଥର ସାଇକଲ ପୋଲୋରେ ଚାମ୍ପିଆନ ହେବା ସହ ଗୋଲ୍ଡ ମେଡାଲ ହାସଲ କରି ସ୍କଲାରସିପ୍ ପାଇଛନ୍ତି । ଏପରିକି ସେ ଛତିଶଗଡ଼ ସବ୍‌ଜୁନିୟର ଟିମ୍‌ର କ୍ୟାପଟେନ୍ ମଧ୍ୟ ରହିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ମଧ୍ୟ ମିଳିଛି । ଏପରି ଜଣେ ପ୍ରତିଭା ସପଂନ୍ନ ଝିଅ ହେଉଛନ୍ତି ଧର୍ମଗଡ଼ ବ୍ଲକ୍ ମଝେନପଦ ଗାଁ’ର । ପରିବାର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡ଼ି ଦିନେ ଧର୍ମଗଡ଼ ବ୍ଲକ୍ ମଝେନପଦର ଗାଁ’ର ଭରତ ନାଏକ ଛତିଶଗଡ଼ ରାଜ୍ୟର ଭିଲାଇକୁ ଯାଇଥିଲେ । ରିକ୍ସା ଚଳାଇ ପରିବାର ପ୍ରତିପୋଷଣ ସହ ନିଜ ସାଧ୍ୟମତେ ପିଲାଛୁଆକୁ ସ୍କୁଲ୍‌ରେ ନାଁ ଲୋଖାଇଥିଲେ । ପାଠ ପଢ଼ା ସହ ଅନିତାଙ୍କ ପତିଭା ଦେଖି ପରିବାର ଲୋକେ ତାଙ୍କୁ ଉତ୍ସାହିତ କରୁଥିଲେ । ଦଶମ ଶ୍ରେଣୀର ପଢ଼ୁଥିବା ଏହି ଝିଅଟି ସାଇକଲ ପୋଲୋ ସବଜୁନିୟର ଗୃପ୍‌ରେ କ୍ୟାପଟେନ୍ ହିସାବରେ ଛତିଶଗଡ଼ ରାଜ୍ୟର ପତିନିଧିତ୍ୱ କରିଥିଲେ । ୧୨ତମ ସବ୍‌ଜୁନିୟର ଗୋଲ୍ଡର୍ସ ନ୍ୟାସନାଲ ସାଇକଲ ପୋଲୋ ଚମ୍ପିୟନସିପ୍‌ରେ ଭାଗ ନେଇ ଗୋଲ୍ଡ ମେଡାଲ ହାସଲ ସହ ୧୦ହଜାର ଟଙ୍କା ସ୍କଲାରସିପ୍ ପାଇଛନ୍ତି ।