OnaKhabar

ଭାରସାମ୍ୟ ହରାଇଲା କାର୍ : ୫ ମୃତ, ୨ ଗୁରୁତର

63

ମସୌରି: ଉତ୍ତରାଖଣ୍ଡର ମସୌରିଠାରୁ ପ୍ରାୟ ୪୦ କିଲୋମିଟର୍‌ ଦୂରରେ ଥିବା ନୈନବାଗ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ ଯାତ୍ରୀବାହୀ କାର୍‌ ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଲାଖାମଣ୍ଡଳର ବାବୁରାମ ଗୌଡ଼, ବାବୁରାମଙ୍କ ସ୍ତ୍ରୀ ଦର୍ଶନୀ ଦେବୀ , ପୁଅ ହାପି ଗୌଡ଼, ରୀନା ,ସାନୁ ,ଅଙ୍କୁଶ ଗୌଡ଼ ଓ ବବିତା ପ୍ରମୁଖ ଏକ କାରରେ ଡେରାଡୁନରୁ ନିଜ ଘରକୁ ଫେରୁଥିଲେ। ମାତ୍ର କାର୍‌ ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଥିଲା।ଏହାଫଳରେ ଘଟଣାସ୍ଥଳରେ ବାବୁରାମ ଗୌଡ଼, ଦର୍ଶନୀ ଦେବୀ , ହାପି ଗୌଡ଼, ରୀନା ଓ ସାନୁ ପ୍ରମୁଖ ପ୍ରାଣ ହରାଇଥିଲେ। କିନ୍ତୁ ଅଙ୍କୁଶ ଗୌଡ଼ ଓ ବବିତା ଅଳ୍ପକେ ରକ୍ଷା ପାଇଛନ୍ତି।ଅଙ୍କୁଶ ଗୌଡ଼ ଓ ବବିତାଙ୍କୁ ରିଷିକେଶର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି ।