OnaKhabar

ଓଡ଼ିଶା ଛାଡ଼ିପାରେ ମୌସୁମୀ

94

ଭୁବନେଶ୍ୱର : ଚଳିତ ବର୍ଷ ଜୁନ ୧ ରୁ ସେପ୍ଟେମ୍ବର ୩୦ ତାରିଖ ଯାଏ, ୪ମାସ ଭିତରେ ରାଜ୍ୟରେ ୧୨୩୩ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ୭ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏଥର ବିଳମ୍ବରେ ଓଡ଼ିଶାରେ ଶୀତ ପ୍ରବାହ ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ ସମୟରେ ଯେମିତି ଲୁଚକାଳି ଖେଳୁଥିଲା। ପ୍ରତ୍ୟାବର୍ତନ ସମୟରେ ବି ସମାନ ସ୍ଥିତି ଲାଗି ରହିଛି । କେବେ ଛାଡ଼ିବ, ସେନେଇ ଭାରତୀୟ ପାଣିପାଗ ବିଭାଗ ଏପର‌୍ୟ୍ୟନ୍ତ ଚିତ୍ର ସ୍ପଷ୍ଟ କରି ନାହିଁ ।  ତେବେ ନିର୍ଦ୍ଦିଷ୍ଟ ଦିନ ଧାର‌୍ୟ୍ୟ କରାଯାଇ ନାହିଁ, ବରଂ ପୂର୍ବଭଳି ଦୁଇରୁ ୩ ଦିନ ଭିତରେ ମୌସୁମୀ ଓଡ଼ିଶାରୁ ପତ୍ୟାବର୍ତନ କରିବ ବୋଲି ଆଜି ବି କୁହାଯାଇଛି ।
ପାଣିପାଗ କେନ୍ଦ୍ରର ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଏଥର ମୌସୁମୀ ପ୍ରତ୍ୟାବର୍ତନରେ ବିଳମ୍ବ ହେଉଥିବାରୁ ଶୀତ ଆସିବା ବି ବିଳମ୍ବ ହେବ। ସାଧାରଣତଃ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ରାତିର ତାପମାତ୍ରା ୧୨ ଡିଗ୍ରିକୁ ଖସି ଆସେ ଓ ଶୀତ ଅନୁଭୂତ ହୋଇଥାଏ। ଏଥର କିନ୍ତୁ ବିଳମ୍ବ ହୋଇଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି।