OnaKhabar

ଘରେ ତିଆରି କରି ପରଷନ୍ତୁ……

1,211

ଭୁବନେଶ୍ୱର: ପ୍ରାୟ ସମସ୍ତଙ୍କର ପ୍ରିୟ ଖାଦ୍ୟ ଆମିଷ ଥାଏ । ଯଦି ଖାଇବା ଥାଳିରେ ମାଛ,ମାଂସ କି ଆମିଷ ତରକାରୀ ନଥାଏ ତାହାଲେ ଖାଇବା ରୁଚି ନଥାଏ । ମାଂସ କୁ ଆମେ ବିଭିନ୍ନ ପ୍ରକାରରେ ରୋଷେଇ କରିଥାଉ । ବହୁତ ଲୋକ ଚିକେନ, ମଟନ ପ୍ରିୟ ହୋଇଥାଆନ୍ତି । ତେବେ ଆମେ ଏବେ ଜାଣିବା ‘ମାଟି ହାଣ୍ଡି ପୋଡା ମଟନ’ କିପରି ଘରେ ବନେଇ ଖାଇବେ ତା’ର ପ୍ରସ୍ତୁତି ପ୍ରଣାଳୀ ।
ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, କଟା ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲୁଣ ଓ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଅଦା-ରସୁଣ ବଟା, ସୋରିଷ ବଟା, କଟା ପିଆଜ, କଞ୍ଚାଲଙ୍କା ବଟା ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ୍ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ୨୫ମିନିଟରୁ ଅଧ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇଯିବ ‘ମାଟି ହାଣ୍ଡି ପୋଡ଼ା ମଟନ୍’।
ଏବେ ଏକ ମାଟି ହାଣ୍ଡିରେ ତେଲ ଦେଇ ଏହାକୁ ଚାରିଆଡ଼େ ଖେଳାଇ ଦିଅନ୍ତୁ। ଫଳରେ ମାଂସ ଆଉ ତଳେ ଲାଗିବ ନାହିଁ। ମାଟି ହାଣ୍ଡିରେ ତେଲ ଦେଇ ଏହାକୁ ଚୁଲିରେ ବସାନ୍ତୁ। ତା’ପରେ ଏଥିରେ ମସଲା ଗୋଳା ମାଂସକୁ ରଖି ମାଟିର ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଏବେ କିଛି ଅଟା ଚକଟାକୁ ହାଣ୍ଡିର ମୁହଁ ଚାରିପଟେ ଦେଇ ଫାଙ୍କ ବନ୍ଦ କରିଦିଅନ୍ତୁ। ଏବେ ଘୋଡ଼ଣୀ ଉପରେ କିଛି ଅଙ୍ଗାର ପକାଇ ଦିଅନ୍ତୁ ।