OnaKhabar

ରୋହିତଙ୍କ ପାଦ ଛୁଇଁ ପକାଇଲେ ପ୍ରଶଂସକ

1,009

ପୁଣେ: ପଡିଆ ଭିତରେ ପଶି ରୋହିତଙ୍କ ପାଦ ଛୁଇଁ ପକାଇଲେ ପ୍ରଶଂସକ | ପୁଣେ ଟେଷ୍ଟରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ। ପଡ଼ିଆରେ ଖେଳ ଚାଲିଥିବା ବେଳେ ପ୍ରଶଂସକ ପଶି ଆସିଥିଲେ ପଡ଼ିଆ ଭିତରକୁ। ଦେହରେ ପିନ୍ଧିଥିଲେ ଟିମ ଇଣ୍ଡିଆର ଜର୍ସି। ସିଧା ପହଁଚିଥିଲେ ରୋହିତ ଶର୍ମାଙ୍କ ପାଖରେ। ହଠାତ ଏପରି ଘଟଣା ଦେଖି ହଡବଡେଇ ଯାଇଥିଲେ ରୋହିତ ଶର୍ମା। ପ୍ରଶଂସକ ଜଣକ ରୋହିତ ଶର୍ମାଙ୍କୁ ପାଦ ଛୁଇଁବାକୁ ଉଦ୍ୟମ କରିବା ମାତ୍ରେ ରୋହିତ ଶର୍ମା ତାଙ୍କୁ ଦୂରେଇବା ପାଇଁ ଉଦ୍ୟମ କରିଥିଲେ।
ତେବେ କିଛି ମିନିଟ୍‌ ଧରି ଚାଲିଥିଲା ଏହି ଘଟଣା। ଏହାରି ଭିତରେ ରୋହିତ ଶର୍ମା ପଡ଼ିଆରେ ଖସି ପଡ଼ିଥିଲେ। ପାଖରେ ଥିଲେ କ୍ୟାପଟେନ୍‌ କୋହଲି। ତୁରନ୍ତ ସୁରକ୍ଷାକର୍ମୀ ପହଁଚି ଫ୍ୟାନ ଜଣଙ୍କୁ ଧରି ନେଇ ପଡ଼ିଆ ବାହାରକୁ ଯାଇଥିଲେ। ଏପରି ଘଟଣାକୁ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି।