OnaKhabar

ଗୋଟିଏ ଯୁଗ ହେଲା ମୁକେଶ ଧନୀତାଲିକର ଶୀର୍ଷରେ ରହିଆସିଛନ୍ତି

675

ଭୁବନେଶ୍ୱର (ଓଏନଏ): ଚଳିତ ବର୍ଷ ପାଇଁ ଫୋର୍ବ୍ସ ଇଣ୍ଡିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଶ୍ରେଷ୍ଠ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ପୁଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି । ଅମ୍ବାନୀ ଦୀର୍ଘ ୧୨ ବର୍ଷ ଧରି ଶୀର୍ଷ ସ୍ଥାନରେ ରହି ଆସୁଛନ୍ତି । ଚଳିତ ବର୍ଷ ତାଙ୍କର ସମ୍ପତ୍ତି ୫୧୪ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଶିଳ୍ପପତି ଗୌତମ ଅଦାନୀ ୧୫.୭ ବିଲୟନ ଡଲାରର ସମ୍ପତ୍ତି ସହ ୨ୟ ସ୍ଥାନରେ ଅଛନ୍ତି । ଅଶୋକ ଲିଲ୍ୟାଣ୍ଡ ମାଲିକ ହିନ୍ଦୁଜା ଭ୍ରାତା ୧୫.୬ ବିଲିୟନ ଡଲାରର ସମ୍ପତ୍ତି ସହ ୩ୟ ସ୍ଥାନରେ ଥିବା ବେଳେ ସପୁରଜୀ ପାଲୋନଜୀ ଗ୍ରୁପର ପାଲୋନଜୀ ମିସ୍ତ୍ରୀ ୧୫ ବିଲିୟନ ଡଲାରର ସମ୍ପତ୍ତି ସହ ୪ର୍ଥ ସ୍ଥାନ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଉଦୟ କୋଟା ୧୪.୮ବିଲିୟନ ଡଲାରର ସମ୍ପତ୍ତି ସହ ୫ମ ସ୍ଥାନରେ ରହିଛନ୍ତି । ଷ୍ଟିଲ ନିର୍ମାଣକାରୀ କମ୍ପାନୀ ଆର୍ସେଲର ମାଲିକ ଲକ୍ଷ୍ମୀ ବିତ୍ତଲ ପୂର୍ବ ତାଲିକାରେ ବହୁ ତଳକୁ ଖସି ଯାଇଛନ୍ତି । ଗତବର୍ଷ ସେହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଏଥର ଷଷ୍ଠ ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛନ୍ତି । ଫୋବର୍ସ ଇଣ୍ଡିଆ ଅନୁସାରେ ଷ୍ଟିଲର ଚାହିଦା ଏବଂ ମୂଲ୍ୟରେ ହ୍ରାସ ଘଟିବା କାରଣରୁ ଏଭଳି ହୋଇଛି । ଏହାଛଡ଼ା ତାଲିକାରେ ଶୀର୍ଷ ୧୦ଟି ସ୍ଥାନରେ ଏଥର ଅଜିମ ପ୍ରେମଜି ନାହାଁନ୍ତି । ଗତ ବର୍ଷ ୨ୟ ସ୍ଥାନରେ ଥିବା ପ୍ରେମଜି ମୋଟ ୧.୫ ଲକ୍ଷ କୋଟି ଟଙ୍କା ଦାନ କରିଦେବା ଫଳରେ ଚଳିତ ବର୍ଷ ୧୭ତମ ସ୍ଥାନକୁ ଖସିଯାଇଛନ୍ତି । ଅନ୍ୟ ପକ୍ଷରେ ଫୋବର୍ସର ଏହି ଧନୀ ଭାରତୀୟଙ୍କ ତାଲିକାରେ ୫ ଜଣ ମହିଳା ସ୍ଥାନ ପାଇଛନ୍ତି । ଷ୍ଟିଲ ବ୍ୟବସାୟୀ ସାବିତ୍ରୀ ଜିନ୍ଦଲ ଏହି ତାଲିକାରେ ୨୦ତମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୮୦ ବିଲିୟନ ଡଲାର । ସେହପରି ୪ ବିଲିୟନ ଡଲାର ସମ୍ପତ୍ତି ସହିତ ୨୯ ତମ ସ୍ଥାନରେ ଅଛନ୍ତି ବିନୋଦ ରାୟଗୁପ୍ତା । ସେହ ହେଭେଲସ ପ୍ରତିଷ୍ଠା କିମତରାୟଗୁପ୍ତାଙ୍କ ପତ୍ନୀ । ଔଷଧ ବ୍ୟବସାୟୀ ତଥା ବାୟୋକନ ଅଧ୍ୟକ୍ଷା କିରନ ମଜୁମଦାର ୨.୩୮ ବିଲୟନ ଡଲାର ସମ୍ପତ୍ତି ସହ ତାଲିକାର ୫୪ତମ ସ୍ଥାନରେ ଅଛନ୍ତି । ସେହିପରି ଟାଫେ ଟ୍ରାକ୍ସର କମ୍ପାନୀର ମାଲିକାଣୀ ମଲ୍ଲିକା ଶ୍ରୀନିବାସନଙ୍କ ସମ୍ପତ୍ତିର ପରିମାଣ ହେଉଛି ୨.୧୦ ବିଲିୟନ ଡଲାର । ସେ ୬୪ ତମ ସ୍ଥାନରେ ରହିଥିବା ଜଣାପଡ଼ିଛି । ସେହିପରି ୟୁଏସଭି ଇଣ୍ଡିଆ ଔଷଧ କମ୍ପାନୀ ଚଳାଉଥିବା ଲିନା ତ୍ୱୱାରୀ ୧.୯୨ ବିଲିୟନ ଡଲାର ସମ୍ପତ୍ତି ସହ ୭୧ତମ ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ଅଛି ।

Comments are closed.