OnaKhabar

ଥାନା ଭିତରେ ଫେସବୁକ ଲାଇଭ୍ କରି ଦେହରେ ନିଆଁ ଲଗାଇଲେ ଯୁବକ ,ଆଉ ତା’ ପରେ…

445

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରେମ ନଗର ଥାନାରେ ଜଣେ ଯୁବକ ସହି ପାରିଲେନି ପୋଲିସର ଅତ୍ୟାଚାର | ଏହା ପରେ ସେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ସମୟରେ ସେ ଫେସବୁକ୍ ଲାଇଭ୍ ମଧ୍ୟ କରୁଥିଲେ । ତେବେ ସଂପୃକ୍ତ ଯୁବକଙ୍କ ବୟସ ୨୩ବର୍ଷ ବୋଲି ଜଣା ପଡିଛି | ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରୁ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରାଯାଇଥିଲା । ପରେ ଏହି ଘଟଣା ସମ୍ପର୍କରେ ମାଜିଷ୍ଟେଟଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୩ବର୍ଷ ବୟସ୍କ ଆଶୁ ପ୍ରେମ ନଗରର ବାସିନ୍ଦା ଏବଂ ସେ ପ୍ରିଣ୍ଟରର କାମ କରନ୍ତି । ଦଶହରା ଦିନ ସେ ତାଙ୍କ ବାପାଙ୍କ ସହ କୌଣସି କାମରେ ବହାରକୁ ଯାଉଥିଲେ । ଏହି ସମୟରେ ଏହି ଅଞ୍ଚଳରେ ରହୁଥିବା ଅମନଦୀପ ଡବାସ ଏବଂ ହରଦୀପଙ୍କ ସହ ଆଶୁଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ତଳେ ପଡ଼ିଯାଇଥିଲା ଏବଂ ଏହାର ସ୍କ୍ରିନ୍ ଭାଙ୍ଗିଯାଇଥିଲା। ଏହି କାରଣରୁ ହରଦୀପ ଏବଂ ଅମନଦୀପ ଉଭୟେ ମିଶି ଆଶୁଙ୍କୁ ପିଟିଥିଲେ।

ଆଶୁ ଘଟଣା ସମ୍ପର୍କରେ ଥାନାରେ ମାମଲା ରୁଜୁ କରିଥିଲେ। କିନ୍ତୁ ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏଥିପାଇଁ ଆଶୁ ଚିନ୍ତାରେ ଥିଲେ। ଫଳରେ ଆଶୁ ଥାନାକୁ ଆସି ଗତକାଲି ନିଜ ଉପରେ କିରୋସିନି ଢ଼ାଳି ଦେଇଥିଲେ। ସେ କାର୍ଯ୍ୟରତ ଅଫିସରଙ୍କୁ ସନ୍ଦୀପ ନାମକ ପୋଲିସଙ୍କ ବିଷୟରେ ପଚାରିଥିଲେ କାରଣ ସନ୍ଦୀପଙ୍କୁ ଆଶୁଙ୍କ ମାମଲା ଯାଞ୍ଚ କରିବାର ଦାୟିତ୍ବ ଦିଆଯାଇଥିଲା। ଏହା ପରେ ଆଶୁ ଫେସବୁକ୍ ଲାଇଭ କରି ନିଜ ଉପରେ ନିଆଁ ଲଗାଇ ଦେଇଥିଲା। ପୋଲିସ୍ ତୁରନ୍ତ ନିଆଁ ଲିଭାଇଥିଲା ଏବଂ ଆଶୁଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲକୁ ନେଇ ଯାଇଥିଲେ ।

Comments are closed.