OnaKhabar

ଜାଣନ୍ତୁ ଗାନ୍ଧିଜୀ ଓଡ଼ିଶାକୁ କେତେଥର ଆସିଛନ୍ତି, କେଉଁ କେଉଁ ଜାଗାକୁ ଯାଇଛନ୍ତି…

1,342

ଭୁବନେଶ୍ୱର (ଓଏନଏ): ଜାତୀର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି । ଓଡ଼ିଶାର ବିଭିନ୍ନ ଅଂଚଳକୁ ସେ ଗସ୍ତ କରିଛନ୍ତି । କଲିକତାରୁ ସେ ପ୍ରଥମେ କଟକ ଆସିଥିଲେ । ଏହା ପରେ ସେ ରାଜ୍ୟର ବିଭିନ୍ନ ଅଂଚଳକୁ ଯାଇଛନ୍ତି ।
ପ୍ରଥମ ଗସ୍ତ -୧୯୨୧
ମାର୍ଚ୍ଚ ୨୩: କଲିକତାରୁ ଆସି କଟକରେ ପହଞ୍ôଚଲେ- କାଠଯୋଡ଼ି ନଦୀ ଶଯ୍ୟାରେ ସଭାକଲେ
ମାର୍ଚ୍ଚ ୨୪: କଟକରେ ଅନ୍ୟାନ୍ୟ ସଭା
ମାର୍ଚ୍ଚ ୨୫: ଭଦ୍ରକରେ ସଭା
ମାର୍ଚ୍ଚ ୨୬ : ସାକ୍ଷୀଗୋପାଳ ଗସ୍ତ ଓ ପୁରୀରେ ରହଣୀ
ମାର୍ଚ୍ଚ ୨୭, ୨୮ ଓ ୨୯: ପୁରୀର ବିଭିନ୍ନ କାର୍ଯ୍ୟକ୍ରମ, ବ୍ରହ୍ମପୁରରେ ସାଧାରଣ ସଭା
ଦ୍ୱିତୀୟ ଗସ୍ତ -୧୯୨୫
ଅଗଷ୍ଟ ୧୯ : କଟକରେ ମଧୁବାବୁଙ୍କ ଆତିଥେୟତା, ସାଧାରଣ ସଭା
ଅଗଷ୍ଟ୨୦: କୁଷ୍ଠାଶ୍ରମ ପରିଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ
ତୃତୀୟ ଗସ୍ତ-୧୯୨୭
ଡିସେମ୍ବର ୩ :ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ରମ
ଡିସେମ୍ବର ୫: ବ୍ରହ୍ମପୁରରେ କାର୍ଯ୍ୟକ୍ରମ
ଡିସେମ୍ବର୬: ଆସ୍କା ଗୋବରା, ରସୁଲକୋଣ୍ଡା, ବେଲଗୁଣ୍ଠା
ଡିସେମ୍ବର ୭: ପୁରୁଷୋତ୍ତମପୁର, ବୋଇରାଣୀ, ପୋଲସରା, କୋଦଳା, ଖଲ୍ଲିକୋଟ ଓ ରମ୍ଭା
ଡିସେମ୍ବର ୮: ରମ୍ଭା, ବାଣପୁର
ଡସମ୍ବେର ୯:ବାଣପୁର ଓ ବୋଲଗଡ଼
ଡିସେମ୍ବର: ୧୦ ଓ ୧୧ ବୋଲଗଡ଼ ରହଣି
ହିସମ୍ବେର ୧୩: ସାକ୍ଷୀଗୋପାଳ ଓ ପୁରୀ
ଡିସମ୍ବେର୧୪ ଜଳେଶ୍ୱର, ବାଲେଶ୍ୱର
ହିସେମ୍ବର ୧୫: ବାଲେଶ୍ୱର, କଣ୍ଟାପାରି ଓ ସୋରା
ଡିସେମ୍ବର ୧୬: ଭଦ୍ରକ, ପୀରହାଟ ଓ ଇଟାମାଟି
ଡିସେମ୍ବର ୧୭: ଚାରିବାଟିଆ ଓ ବାଲିଆପାଳ
ଡିସେମ୍ବର ୧୮ : କଟକ
ଡିସେମ୍ବର୧୯ କଟକରେ କୁଷ୍ଠାଶ୍ରମ ଗସ୍ତ
ହିସେମ୍ବର ୨୦ ଓ ୨୧ କଟକରେ ଅବସ୍ଥାନ
ଚତୁର୍ଥ ଗସ୍ତ – ୧୯୨୮
ଡିସେମ୍ବର ୨୧: ସମ୍ବଲପୁର
ଡିସେମ୍ବର୨୨ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ
ପଞ୍ଚମ ଗସ୍ତ-୧୯୩୪
ମେ ୫ : ଝାରସୁଗୁଡ଼ା-ସମ୍ବଳପୁର କୁଷ୍ଠାଶ୍ରମ ପରିଦର୍ଶନ
ମେ ୬: ବାମୁର, ଅନୁଗୁଳ, ବଅଁରପାଳ, ହିନ୍ଦୋଳନ ରୋଡ, ମେରାମୁଣ୍ଡଳି, ସଦାଶିବପୁର ଦେଇ ରେଳ ଯୋଗେ ପୁରୀ ଯାତ୍ରା
ମେ ୭: ପୁରୀ
ମେ ୮: ପୁରୀ ସିଂହଦ୍ୱାର ନିକଟରେ ଉକ୍ରଳମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସାଧାରଣ ସଭା
ମେ ୯: ଓଡ଼ିଶାରେ ପଦଯାତ୍ରା ଆରମ୍ଭ- ପୁରୀରୁ ଗୋପୀନାଥପୁର, ବୀରହରେକୃଷ୍ଣପୁର ଓ ଚନ୍ଦନପୁର
ମେ ୧୦: ଚନ୍ଦନପୁରରରୁ ବୀରଗୋବିନ୍ଦପୁର, ସାକ୍ଷୀଗୋପାଳ, କାଦୁଆ ଆଶ୍ରମ ଓ ବୀରପୁରୁଷୋତ୍ତମପୁର
ମେ ୧୧: ଦାଣ୍ଡମୁକୁନ୍ଦପୁର, ପିପିଲି
ମେ ୧୨: ପିପିଲି, ଶଉଳା, ବାଳକାଟି
ମେ ୧୩: ବାଳକାଟି, ସତ୍ୟଭାମାପୁର ଓ ବାଲିଅନ୍ତା
ମେ୧୪: ବାଲିଆନ୍ତାରେ ରହଣି
ମେ ୧୫: ବାଲିଅନ୍ତାରୁ ତେଲେଙ୍ଗାପେଣ୍ଠ
ମେ୧୬: ତେଲେଙ୍ଗାପେଣ୍ଠରୁ କାଳି ପାଟଣା ଦେଇ କଟକ
ଷଷ୍ଠ ଗସ୍ତ-୧୯୩୪
ମେ ୨୧: ବୈରୀ ରେଳଷ୍ଟେସନରୁ ପୁଣି ପଦଯାତ୍ରା ଆରମ୍ଭ, ଚମ୍ପାପୁରହାଟ ଆଶ୍ରମରେ ଅବସ୍ଥାନ
ମେ ୨୨: ଚମ୍ପାପୁର ହାଟରୁ ଭେଡ଼ା
ମେ ୨୩: ଭେଡ଼ାରୁ ମାଳ, ଲଖନପୁର, ଗୋପୀନାଥପୁର ଦେଇ ସତ୍ୟଭାମାପୁର, ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ରାତ୍ରିଯାପନ
ମେ ୨୪: ସତ୍ୟଭାମାପୁରରୁ ଲକ୍ଷ୍ମୀନାରାୟଣପୁର ବହୁକୁଦ ଦେଇ ଶିଶୁଆ
ମେ ୨୫: ଶିଶୁଆରୁ ପାଟପୁର ଦେଇ ନିଶ୍ଚିନ୍ତକୋଇଲି
ମେ ୨୬ ନିଶ୍ଚିନ୍ତକୋଇଲିରୁ କାକଟିଆ ଦେଇ କେନ୍ଦ୍ରାପଡ଼ା
ମେ୨୭: ସଲାରୁ ଭଗବତପୁର ଦେଇ କେନ୍ଦ୍ରାପଡ଼ା
ମେ ୨୮: କେନ୍ଦ୍ରାପଡ଼ାରେ ବିଶ୍ରାମ
ମେ୨୯: କେନ୍ଦ୍ରୋପଡ଼ାରୁ ବରିମୂଳ
ମେ ୩୦: ବରିମୂଳରୁ ଇନ୍ଦୁପୁର, କଳାମାଟିଆ, କାଈପଡ଼ା ଦେଇ ଅଙ୍ଗେଇସପୁର
ଜୁନ ୧: ସାହାସପୁରରୁ ପୁରୁଷୋତ୍ତମପୁର, କବୀରପୁର ଓ ବୁଢ଼ାଘାଟ
ଜୁନ୨: ବୁଢ଼ାଘାଟରୁ ଭଣ୍ଡାରିପୋଖରୀଦେଇ ମଞ୍ଜୁରୀ
ଜୁନ ୩: ମଞ୍ଜୁରୀରୁ ଭଣ୍ଡାରୀପୋଖରୀ ଦେଇ ତୋଡ଼ଙ୍ଗ
ଜୁନ ୪: ତୋଡ଼ଙ୍ଗରେ ବିଶ୍ରାମ
ଜୁନ ୫: ତୋଡ଼ଙ୍ଗରୁ ଭଦ୍ରକ ଦେଇ ଗରଦପୁର ଆଶ୍ରମ
ଜୁନ ୬ ଓ ୭ : ଭଦ୍ରକର ଗରଦପୁର ଆଶ୍ରମରେ ଅବସ୍ଥାନ ଓ ସାଧାରଣ ସଭା
ଜୁନ ୮: ପଦଯାତ୍ରା ଶେଷରେ ରେଳଯୋଗେ ମାର୍କୋଣା, ସୋରୋ, ଖନ୍ତାପଡ଼ା, ବାଳେଶ୍ୱର, ହଳଦିପଡ଼ା, ଅମର୍ଦାରୋଡ, ଜଳେଶ୍ୱର ଦେଇ ୱାର୍ଦ୍ଧା ଅଭିମୁଖେ ଯାତ୍ରା
ସପ୍ତମ ଗସ୍ତ-୧୯୩୮
ମାର୍ଚ୍ଚ ୨୫: ଡେଲାଙ୍ଗରେ ବେରବୋଇରେ ପଦାର୍ପଣ, କୃଷି ଓ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀ ଉଦଘାଟନ
ମାର୍ଚ୍ଚ ୨୬ରୁ ୩୧ : ବେରବୋଇରେ ଅବସ୍ଥାନ, ସେବାସଂଘ ବୈଠକରେ ଯୋଗଦାନ, ସାଧାରଣ ସଭାରେ ଉଦବୋଧନ
ଅଷ୍ଟମ ଗସ୍ତ-୧୯୩୮
ମାର୍ଚ୍ଚ ୨୦ : ରେଳରେ କଲିକତାରୁ ମାନ୍ଦ୍ରାଜ ଯିବାବେଳେ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁର ଷ୍ଟେସନରେ ସମ୍ବର୍ଦ୍ଧନା

Comments are closed.