OnaKhabar

ପୁଣି ଜନନୀ ଯନ୍ତ୍ରଣା : ୫ କି.ମି ଚାଲିଲେ ଗର୍ଭବତୀ

340

ମାଲକାନଗିରି : ଆମ୍ବୁଲାନ୍ସ ନମିଳିବାରୁ ୫କି.ମି ଚାଲିଲେ ଗର୍ଭବତୀ । ଏଭଳି ଅଭାବନୀୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ହଞ୍ଜରିଆଗୁଡ଼ା ଗାଁ’ରେ । ମହିଳା ଜଣଙ୍କ ହେଲେ ମଲାଣୀ ସୀସା । ସେ ହସ୍ପିଟାଲରେ ଏନଜିଓ ଅଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ସକାଳେ ମଲାଣୀ ସିସାଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଜନନୀ ଏକ୍ସପ୍ରେସକୁ ଯୋଗାଯୋଗ କରିଥିଲେ । ହେଲେ ଜନନୀ ଏକ୍ସପ୍ରେସ ଉପସ୍ଥିତ ନଥିଲା । ପ୍ରାଇଭେଟ ଗାଡ଼ିକୁ ମଧ୍ୟ ଯୋଗଯୋଗ କରିଥିଲେ ମଧ୍ୟ ଭଡାରେ ମିଳିପାରି ନଥିଲା । ଯାହା ଫଳରେ ବାଧ୍ୟ ହୋଇ ପରିବାର ଲୋକେ ମଲାଣୀ ସିସାଙ୍କୁ ପାଦରେ ୫କି.ମି ଚଲାଇ ଚଲାଇ ଡାକ୍ତରଖାନା ନେଇଥିବା ସୂଚନା ମିଳିଛି । ହସ୍ପିଟାଲରେ ପୁଷ୍ପକ ଏନଡିଓ ନାମକ ଏକ ସଂସ୍ଥା ଦ୍ୱାରା ପରିଚାଳିତ ମା’ ଗୃହରେ ମଲାଣୀ ସୀସାଙ୍କୁ ଭର୍ତି କରି ଚିକିତ୍ସା କରାଯାଇଛି ବୋଲି ସୂଚନା ମିଳିଛି ।

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ୨କି.ମି ବୁହାହେଲେ ଗର୍ଭବତୀ

Comments are closed.