OnaKhabar

ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସ୍ୱର୍ଣ୍ଣ ପଦକ ହାସଲ

241

ବ୍ରହ୍ମପୁର (ଶକ୍ତିଧର ରାଜଗୁରୁ)-: ଆଜି ଠାରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ରାୟପୁର ଠାରେ ଆରମ୍ଭ ହୋଇଥିବା ରୋଲର ସ୍କେଟିଂ ପ୍ରତିଯୋଗୀତାରେ ପ୍ରଥମ ଦିନରେ ବ୍ରହ୍ମପୁରର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ମିଟର ଟାଇମ ଟ୍ରାଏଲର ବାଳିକା ବିଭାଗର ୮ବର୍ଷ ବର୍ଗରେ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଅନ୍ୱେଷା ବିଷୋୟୀ ମାତ୍ର ୪୬ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ୩୦୦ମିଟର ରେସରେ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ୧୦ବର୍ଷ ବର୍ଗରେ ୪୧ସେକେଣ୍ଡରେ ଅତିକ୍ରମ କରି ଆଶୁତୋଷ ପାଢୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି ୧୧ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟରମାନେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁରର ଏହି ସ୍କେଟର ମାନେ। ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ , ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର କୋଚ୍ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ନିଜର କଠିନ ପରିଶ୍ରମ ଓ ଯୋରଦାର ଅଭ୍ୟାସ ଯୋଗୁଁ ଏହି ସଫଳତା ପାଇପାରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ଏହା ସହ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳତା ପାଇବା ପରେ ଆଗାମୀ ନଭେମ୍ୱର ମାସରେ କର୍ଣ୍ଣାଟକର ବେଲଗାଁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ କୁନି ସ୍କେଟର ଅନ୍ୱେଷା ମନୋନୀତ ହୋଇଛନ୍ତି । ପ୍ରତିଯୋଗୀତାର ସଫଳତା ହାସଲ କରି ପଦକ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Comments are closed.