OnaKhabar

ଆଜିର ରାଶିଫଳ:

210

ମେଷ:ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡୋଶୀଙ୍କୁ ଆପଣେଇ ନେବେ ।ସକାଳ ସମୟରେ ଶୁଣା କଥାକୁ ବିଶ୍ୱାସ କରି ଚିନ୍ତା ବଢିପାରେ ।ଆର୍ଥିକ ଅଭାବ ଦେଖା ଦେବ ।

ବୃଷ:ବହୁ ଦିନର ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ ।ଦୁଃସାହାସିକ କାମରେ ହାତ ଦେବା ଠିକ ହେବନି । ମହିଳା ମାନେ ନିଜ ଭୁଲକୁ ଆଖି ବୁଜି ଦେଇ ଅନ୍ୟ ଉପରେ ଦୋଷ ଦେବେ ।

ମିଥୁନ:ଆଜି ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ବଢିପାରେ । ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ ।ଧାର କରଜ କରି କାମ ତୁଲାଇ ନେବେ ।

କର୍କଟ:ତରବରିଆ ପଦକ୍ଷେପ ନେଇ ଠିକ କାମକୁ ଭୁଲ କରିବେ । ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ ।ଛୋଟ କଥାକୁ ଧରି ବସନ୍ତୁ ନାହିଁ ।

ସିଂହ:କର୍ମ କ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ । ବିବାଦୀୟ ଘଟଣାଟି ଜଟିଳ ଆଡକୁ ଗତି କରିବ । ମହିଳା ମାନଙ୍କ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ ।

କନ୍ୟା:ପୂର୍ବରୁ କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ରୁହନ୍ତୁ ।ମାନସିକ ଅଶାନ୍ତି ଲାଗି ରହିବ ।ମାନି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ ।

ତୁଳା:ଆଜି ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବ । ଗୃହ କାମରେ ସମୟ ନେବେ । ମହିଳା ମାନେ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି କରିପାରନ୍ତି ।

ବିଛା:ଆଜି ପାରିବାରିକ ସ୍ଥିତି ଭଲ ରହିବ । ମିତ୍ରମାନେ ପ୍ରଶଂସା କରି କାମ ହାସଲ କରିବେ ।ନିର୍ଦ୍ଦିଷ୍ଟ କାମ ପ୍ରକାଶରେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ ।

ଧନୁ:ବ୍ୟବସାୟ କ୍ଷେତ୍ର ଧିମେଇ ଚାଳିବ ।ବିଭିନ୍ନ ପ୍ରକାରର କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ ।

ମକର:ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ବୃଦ୍ଧି ପାଇବ ।ସଙ୍ଗଠନ ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କୁମ୍ଭ:ଆତ୍ମୀୟ ମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର । ପିତା,ମାତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବ ।ମହିଳା ମାନେ ଦୂର ଜାଗା ଯାଇ ପାରନ୍ତି ।

ମୀନ:ଆଜି ସମୟ ଭଲ ନଥିବାରୁ ସତର୍କତା ଅବଲମ୍ବନ କରିବା ଦରକାର ।ଦିବା ଘେରରେ ପଡିବେ ।ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଭଲ ରହିବ । ମହିଳା ଉଚ୍ଚସ୍ତରକୁ ସମାଲୋଚିତ ହେବେ ।

Comments are closed.