OnaKhabar

ଡଙ୍ଗା ଓଲଟି ୩ ଶିଶୁ ମୃତ

263

କୋଲକତା : ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ବୈଷ୍ଣବନଗରରେ ମଙ୍ଗଳବାର ଡଙ୍ଗା ଓଲଟିବାରୁ ୩ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ସମ୍ପର୍କୀୟ ଭାଇ ଭଉଣୀ । ଏଭଳି ଅଭାବନୀୟ ଘଟଣା ମଙ୍ଗଳବାର ସନ୍ଧ୍ୟା ବୈଷ୍ଣବନଗର ଅଂଚଳରେ ନାବଭୁବନ ମଣ୍ଡଳ ପାରା ଓ ସୈଚିତ୍ର ମଣ୍ଡଳ ପାରା ମଝିରେ ଘଟିଛି ।
ସୂଚନା ଅନୁଯାୟୀ, ଦୁର୍ଗାପୂଜା ଦେଖିବାକୁ ଭୁବନମଣ୍ଡଳ ପାରାର ୧୫ଜଣ ଲୋକ ଡଙ୍ଗାରେ କୃଷ୍ଣାପୁର ଗ୍ରାମ ପଂଚାୟତର ସଚିତ୍ରା ମଣ୍ଡଳ ପାରା ଯାଉଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଇଟାଭାଟି ଗ୍ରୀନ ନିକଟରେ ଡଙ୍ଗା ଓଲଟିଥିଲା । ଡଙ୍ଗାରେ ଯାତ୍ରୀ ଥିଲେ ୧୫, ଡଙ୍ଗା ବୁଡ଼ିବା ସମୟରେ ୧୨ଜଣ ଯାତ୍ରୀ କୌଣସି ପ୍ରକାରରେ ଜୀବନ ବଂଚାଇଥିଲେ କିନ୍ତୁ ୩ଟି ଶିଶୁ ପାଣିରେ ବୁଡ଼ି ଯାଇଥିଲେ । ମୃତକମାନେ ହେଲେ ଦେବରାଜ ମଣ୍ଡଳ(୫ବର୍ଷ), ଜୁଲି ମଣ୍ଡଳ(୯ବର୍ଷ) ଓ ପ୍ରେମ କୁମାର ମଣ୍ଡଳ (୧୨ବର୍ଷ) । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିଥିଲେ । ତିନି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ବୋଲି ସୂଚନା ମିଳିଛି ।

Comments are closed.