OnaKhabar

ଘରେ ଶୋଇଥିବା ବେଳେ ଗଳାକାଟି ହତ୍ୟା

100

ବଣାଇ : ସୁନ୍ଦରଗଡ ଜିଲ୍ଲାର ବଣାଇ ଉପଖଣ୍ଡ ଅନ୍ତର୍ଗତ ଲହୁଣିପଡ଼ା ଥାନାର କୁଲିପୋଷ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତକ ଖଇରୁ ନାଇକ୍ ।ସୂଚନାଯୋଗ୍ୟ ଯେ, ରାତିରେ ଖଇରୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଛି ତାହା ଜଣାପଡିନାହିଁ ।ଖଇରୁ କିଛି ବର୍ଷ ହେବ ବଣାଇ ଅଂଚଳରୁ ଆସି ଏଠାରେ ରହୁଥିଲେ । ତାଙ୍କର କିଛି ଜମି ବିବାଦ ଲାଗି ରହିଥିବା ମଧ୍ୟ ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ଘଟଣାରେ ଜମି ବିବାଦ କି ଅନ୍ୟ କିଛି କାରଣ ଅଛି ପୋଲିସ ତଦନ୍ତ କରୁଛି ।

ବଜ୍ରାଘାତରେ ଗଲା ଜୀବନ

Comments are closed.