OnaKhabar

ମାରିକି ଫିଙ୍ଗିଲେ

137

ମୋରଡା : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଗାଁମୁଣ୍ଡ ରାସ୍ତା ଉପରେ ପିଙ୍ଗି ଚାଲିଗଲେ ଦୁର୍ବୃତ୍ତ | ଗାଁମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ । ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗାଁର ଦିଲ୍ଲୀପ କୁମାର ମହାନ୍ତ।

ମୃତ ଦିଲ୍ଲୀପ ଗତ ଦୁଇବର୍ଷ ହେବ ନିଜ ଶ୍ବଶୁର ଘର ବୈଶିଙ୍ଗା ଥାନା ଗଡଗଡ଼ିଆରେ ରହୁଥିଲେ। ତେବେ ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଗାଁମୁଣ୍ଡରେ ମୃତଦେହକୁ ଫିଙ୍ଗି ଦେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ହାତରେ ମୋବାଇଲ ଲାଇଟ ଜଳୁଥିବାବେଳେ ମୁହଁରୁ ରକ୍ତ ବାହାରୁଥିବା ଦେଖାଯାଇଛି ।

ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଖବର ପାଇ ମୋରଡ଼ା ପୋଲିସ ଓ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡ଼ିକାଲ କଲେଜକୁ ପଠାଇଥିବାର ଜଣା ପଡିଛି ।

Comments are closed.