OnaKhabar

ଜିଓ ଗ୍ରାହକଙ୍କ ପାଇଁ ଦୁଖଦଃ ଖବର, ସରିଲା ମାଗଣା ଯୁଗ

966

 

ମୁମ୍ବାଇ : ଜିଓ ଆଜି ବଡ ଘୋଷଣା କରାଯାଇଛି | ମାଗଣାରେ ଆଉ ମିଳିବନି ସବୁ ସୁବିଧା । ରିଲାଏନ୍ସ ଜିଓ ମାଗଣା ଭଏସ କଲ ଉପରେ କଟକଣା ଲଗାଇଛି । ଏଣିକି ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ପଇସା ଦେବାକୁ ହେବ । ଅଣ- ଜିଓ ମୋବାଇଲକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ ବୋଲି କୁହାଯାଇଛି । ଏହି ନୂଆ ନିୟମ ଗୁରୁବାର ଠାରୁ ଲାଗୁ ହେବ ବୋଲି ଜିଓ ଘୋଷଣା କରିଛି ।

କିନ୍ତୁ ଏଥିରେ କୁହାଯାଇଛି ଜିଓ ରୁ ଜିଓକୁ କଲ ପୂର୍ବପରି ମାଗଣା ରହିବ । ଆଗରୁ ଯେପରି ଜିଓ ପରିବାର ମଧ୍ୟରେ କଥାବାର୍ତ୍ତା ମାଗଣାରେ ହେଉଥିଲା ତାହା ଜାରିରହିବ । କେବଳ ଅଣ ଜିଓକୁ କଲେ ପଇସା ପଡିବ ବୋଲି ଦର୍ଶାଯାଇଛି । କ୍ଷତିର ଆଳ ଦର୍ଶାଇ ଜିଓ ଏପରି ନିୟମ କରିଥିବା କୁହାଯାଉଛି |

ଜିଓ ଦର୍ଶାଇଛି ଯେ ଏହି ନୂଆ ନିୟମ ଗୁରୁବାର ଠାରୁ ଲାଗୁ ହେଉଥିଲେ ବି ଯେଉଁମାନଙ୍କ ବୈଧତା ଅକ୍ଟୋବର ୧୦ ପର ଯାଏଁ ରହିଛି ସେମାନଙ୍କର କୌଣସି କ୍ଷତି ହେବନି | ସେମାନେ ଅନ୍ୟ ନେଟୱର୍କକୁ କଲ କଲେ ଧାର୍ଯ୍ୟ ୬ ପଇସା ଦେବାକୁ ପଡ଼ିବନି । କିନ୍ତୁ ଯେଉଁ ଦିନ ଭ୍ୟାଲିଡିଟି ସରିବ ଆଉ ସେ ନୂଆ ରିଚାର୍ଜ କରିବେ ସେବେ ଠାରୁ ତାଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ।

ଇଣ୍ଟରକନେକ୍ସନ ୟୁସେଜ୍‌ ଚାର୍ଜେସ ବାବଦରେ କମ୍ପାନି ଏହା ଆଦାୟ କରିବାକୁ ଥିବା ବେଳେ ପ୍ରିପେଡ ଗ୍ରାହକମାନେ ଏକ ଆଇୟୁସି ଟପ-ଅପ ଭାଉଚର ପକାଇ ନନ-ଜିଓ ମୋବାଇଲ ନମ୍ବର( ଏୟାରଟେଲ, ଭୋଡାଫୋନ-ଆଇଡିଆ, ବିଏସଏନଏଲ, ଏମଟିଏନଏଲ) କୁ ପୂର୍ବପରି ମାଗଣାରେ କଲ କରିପାରିବେ ।

ଏସବୁ ଟପ-ଅପ ଭାଉଚର ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୨୦, ୫୦ ଓ ୧୦୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଏସବୁ ଟପ-ଅପ ଭାଉଚର ଗୁଡ଼ିକ ମାଧ୍ୟମରେ ମାଗଣା ଡାଟା ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନଙ୍କୁ ମିନିଟ ପିଛା ୬ ପଇସା ଦେବାକୁ ହେବ ।

Comments are closed.