OnaKhabar

ମଦ ପାଇଁ ଗଲା ଜୀବନ

670

ସୋହେଲା: ବରଗଡର ସୋହେଲାରେ ଘଟି ଯାଇଛି ଏକ ଅମାନବୀୟ ଘଟଣା | ମାଗଣାରେ ମଦ ନମିଳିବାରୁ ଗଡିଲା ମୁଣ୍ଡ | ମଦ ନଦେବାରୁ ଗଣ୍ଡଗୋଳ ଘଟି ମଦ ବ୍ୟବସାୟୀଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୩ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିବାର ଜଣା ପଡିଛି । ମୃତକ ଜଣକ ହେଲେ ଛତିଶଗଡର ସଂଜୀବ ପ୍ରଧାନ ଓ ଆହତ ଯୁବକମାନେ ବିଜେପୁର ଥାନା ବାଦିପାଲି ଗାଁର ବୋଲି ଜଣାପଡିଛି । ଘଟଣା ପରେ ମଦ ବ୍ୟବସାୟୀ ଓ ଅନ୍ୟ ଯୁବକ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି ।
ସୂଚନା ମୁତାବକ, ବାଦିପାଲି ଗାଁର କିଛି ଯୁବକ ମଦ ପିଇବାକୁ ନିକଟସ୍ଥ ମଦ ଦୋକାନକୁ ଯାଇଥିଲେ । ମାଗଣାରେ ମଦ ଦେବାକୁ କହିବାକୁ ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାପରେ ମଦ ବ୍ୟବସାୟୀଙ୍କ ଆକ୍ରମଣରେ ବାଦିପାଲି ଗାଁର ୩ ଯୁବକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଛତିଶଗଡର ସଂଜୀବ ପ୍ରଧାନ ଛିଡା ହୋଇଥିବାବେଳେ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ ହୋଇଥଲା । ଗୁରୁତର ଅବସ୍ଥାରେ ସଂଜୀବଙ୍କୁ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.