OnaKhabar

ବନ୍ଦ ହେବ ବିଗ୍‌ ବସ୍‌-୧୩….

489

ନୂଆଦିଲ୍ଲୀ : ପପୁଲାର ଲୋକପ୍ରିୟ ରିୟଲିଟି ସୋ ବିଗ୍‌ ବସ୍‌ ୧୩ରେ ଅନେକ ଅଶ୍ଲୀଳତା ଦର୍ଶାଯାଉଥିବା ଅଭିଯୋଗ ହେଉଛି । ପାରିବାରିକ ସୋରେ ଏପରି ଅଶୀଳ୍ଲତା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ଦାବି କରିଥିବାର ଜଣା ପଡିଛି । ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅନେକ ମନ୍ତବ୍ୟ ଦେଇଛନ୍ତି । କେବଳ ସେତିକି ନୁହେଁ ଅଲ ଇଣ୍ଡିଆ ଟ୍ରେଡର୍ସ -କ୍ୟାଟ (Confederation Of All India Traders) ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକରଙ୍କୁ ପତ୍ର ଲେଖି କଲର୍ସ ଟେଲିଭିଜନରେ ଚାଲୁଥିବା ବିଗ୍‌ବସ୍‌ ୧୩କୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଲୋକଙ୍କ ମଧ୍ୟରେ ଏହି ସୋକୁ ନେଇ ଆକ୍ରୋଶ ଦେଖା ଦେଇଛି । ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରି ନେଇଛନ୍ତି । ଏବେ ଏହି ମାମଲାର ଶୁଣାଣୀ ହେବ । ବିଗ୍‌ବସର ଉପସ୍ଥାପକ ତଥା ସଞ୍ଚାଳକ ସଲମନ୍‌ ଖାନଙ୍କ ଏହି କାର୍ଯ୍ୟକ୍ରମ ଅଶୀଳ୍ଳତାର ପ୍ରସାର କରୁଥିବା ଅଭିଯୋଗ ହୋଇଛି । ଏହି କାରଣରୁ ପରିବାର ଓ ଛୋଟ ପିଲାଙ୍କ ସହ ବସି କାର୍ଯ୍ୟକ୍ରମ ଦେଖିବା ସମ୍ଭବ ନୁହେଁ ବୋଲି ଅଖିଳ ଭାରତୀୟ କ୍ଷତ୍ରୀୟ ଯୁବା ମହାସଭା ଅଧ୍ୟକ୍ଷ ଅଭିଯୋଗ କରିବା ସହ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ବିଗ୍‌ବସ୍‌ ୧୩ର ପ୍ରସାରଣ ବନ୍ଦ କରିବା ପାଇଁ ଏଥିରେ ଦାବି କରାଯାଇଛି ।

ଅଖିଳ ଭାରତୀୟ କ୍ଷତ୍ରୀୟ ଯୁବା ମହାସଭା ଅଧ୍ୟକ୍ଷ ଅଭିଷେକ୍‌ ସୋମ ଏହି ସୋରେ ଅଶୀଳ୍ଲତା ଓ ଅନୈତିକ ପ୍ରଚାର ପ୍ରବଳ ମାତ୍ରାରେ କରାଯାଉଥିବା ଅଭିଯୋଗ ହୋଇଛି । ଏପରି କାର୍ଯ୍ୟକ୍ରମ ଦେଖି ଯୁବପୀଢି ନିଜର ସଂସ୍କାର ଭୁଲି ଯିବା ସହ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି ।

Comments are closed.