OnaKhabar

ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ

182

ବଲାଙ୍ଗିର,( ଦେବାଶିଷ ମିଶ୍ର ) : ଶିଶୁ ସମାଜର ସାମଗ୍ରିକ ବିକାଶ ରେ ହିଁ ଦେଶର ବିକାଶ ଓ ଏହା ଭବିଷ୍ୟତରେ ଏକ ସୁସ୍ଥ ସମାଜ ନିର୍ମାଣରେ ସହାୟକ ହୋଇ ପାରିବ | ଏହି କ୍ଷେତ୍ରରେ ବଲାଙ୍ଗିର ଶିଶୁ ବିକାଶ କେନ୍ଦ୍ରର ଉଦ୍ୟମ ପ୍ରଶଂସନୀୟ ବୋଲି ଶିଶୁ ବିକାଶ କେନ୍ଦ୍ରର ୩୫ତମ ପ୍ରତିଷ୍ଠା ଦିବସରେ ଅତିଥିମାନେ ମତବ୍ୟକ୍ତ କରିଅଛନ୍ତି | ଏଥିପାଇଁ ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପଣ୍ଡିତ ଟୀକେଶ୍ବର ଗୁରୁ ମୁଖ୍ୟ ଅତିଥି, ଉପଦେଷ୍ଟା ସାମାଜିକ କର୍ମୀ ବିକ୍ରମାନନ୍ଦ ବହିଦାର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ଶିକ୍ଷାବିତ କପିଳ ପତି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ | ଏ ପାର୍ବଣରେ ଆଦର୍ଶ ଶିକ୍ଷକ ଭାବେ ଧର୍ମବ୍ରତ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ନୃତ୍ୟ ପ୍ରତିଯୋଗିତାର କୃତୀ ପତିଯୋଗୀ ଆରାଧ୍ୟା ପୁଣ୍ୟତୋୟା, ଦିବ୍ୟାଂଶି ମହାନ୍ତି ଓ ଅନୁଷ୍କା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା | ସଭା ଆରମ୍ଭରେ ମାଁ ଦୁର୍ଗାଙ୍କର ପୂଜା ଅର୍ଚ୍ଚନା କରାଯାଇଥିଲା | ବେଦ ପଠନ କରିଥିଲେ ସତ୍ୟବନ୍ତ ବେଦବାକ | ଅନୁଷ୍ଠାନର ସଭାପତି ପତାକାକୁ ଉତ୍ତୋଳନ କରିଥିଲେ | ସଂପାଦକ ରତ୍ନମୟ ତ୍ରିପାଠୀ ବାର୍ଷିକ ବିବରଣୀ ପଠନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହେଯାଗ କରିଥିଲେ ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ, ପ୍ରଶାନ୍ତ ଷଡଙ୍ଗୀ, ଜ୍ୟୋତିରଂଜନ ମିଶ୍ର, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସୁବାଷ ଦାସ, ହୃଷିକେଶ ପୁରୋହିତ ଓ ଅରୁଣ କୁମାର ଖୁଆସ | ଶେଷରେ ଉପ-ସଭାପତି ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ା

Comments are closed.