OnaKhabar

ମହିଳା ଟ୍ରାଫିକ୍ ଇନ୍‌ସ୍ପେକ୍ଟରଙ୍କୁ ଆକ୍ରମଣ

306

ଯାଜପୁର : ଯାଜପୁରରେ ଜଣେ କର୍ତ୍ତବ୍ୟରତ ମହିଳା ଟ୍ରାଫିକ୍ ଇନ୍‌ସପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେ ହେଉଛନ୍ତି ଚଣ୍ଡିଖୋଲ ଟ୍ରାଫିକ୍ ଥାନାର ବିଜୟିନୀ ମଲ୍ଲ । ବଡ଼ଚଣା ମେଡ଼ିକାଲରେ ତାଙ୍କର ଚିକିତ୍ସା ହୋଇଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ଟ୍ରାଫିକ୍ ପୋଲିସ ଇନ୍‌ସ୍ପେକ୍ଟର ବିଜୟିନୀ ଚଣ୍ଡିଖୋଲ ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଲକ୍ଷ୍ୟ କରି ପଥର ଫିଙ୍ଗି ଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ବଡ଼ଚଣା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।

ପୂର୍ବ ଶତ୍ରୁତାରୁ ହଣାକଟା : ୨ ଗୁରୁତର

Comments are closed.