OnaKhabar

ତିନି ପିଲାଙ୍କୁ ହତ୍ୟା କରି ମା’ର ଆତ୍ମହତ୍ୟା

1,127

ସଗର: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମଧ୍ୟପ୍ରଦେଶସ୍ଥିତ ସଗରର ଜଣେ ମହିଳା ସୋମବାର ନିଜର ୩ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ସନ୍ଦେହ କରୁଛି ଯେ ମହିଳା ଜଣକ ପ୍ରଥମେ ନିଜର ୩ ପିଲାଙ୍କୁ ମାରିବା ପରେ ପରେ ନିଜ ବେକରେ ଦଉଡ଼ି ଦେଇ ଜୀବନ ହାରିଛନ୍ତି। ମହିଳାଙ୍କ ନାମ କୁନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କୁନ୍ତି ଦେବୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା ଓ ତାଙ୍କର ୩ ଜଣ ପିଲା ତାଙ୍କ ପାଦ ତଳେ ପଡ଼ି ରହିଥିଲେ। କୁନ୍ତୀଙ୍କର ୨ ପୁଅ ଓ ଜଣେ ଝିଅ ।
ଖବର ପାଇ ପୁଲିସ୍ ଅଧିକାରୀ ଅମିତ ସାଂଘି, ଅତିରିକ୍ତ ପୁଲିସ୍ ଅଧିକାରୀ ରଜେସ ଭ୍ୟାସ୍ ଓ ଅନ୍ୟ ପୁଲିସ୍‌ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି କରିଛନ୍ତି ।

ମୋବାଇଲ ପାଇଁ ଧ୍ୱଂସ ହୋଇଗଲା ପରିବାର

Comments are closed.