OnaKhabar

ପୋଡ଼ା ହୋଇଥିବା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଲା : ପରକୀୟା ପ୍ରେମରୁ ହତ୍ୟା, ଥାନାରେ ମାମଲା ରୁଜୁ

1,153

ଜଗତସିଂହପୁର : ବାଲିକୁଦା ଥାନା ଦାଗାଁ ଗ୍ରାମ ବିଦ୍ୟାଳୟରୁ ଉଦ୍ଧାର ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତିର ମିଳିଲା ପରିଚୟ। ଅଜଣା ବ୍ୟକ୍ତି ଜଣଙ୍କ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କାଂଚନପୁର ଗ୍ରାମର ପ୍ରପୁଂଲ୍ଲ କୁମାର ଚମ୍ପତରାୟଙ୍କ ବିବାହିତ ପୁଅ ସାଗର, କୃଷ୍ଣ ଚନ୍ଦ୍ର ଚମ୍ପତରାୟ ବୋଲି।
କୃଷ୍ଣଚନ୍ଦ୍ର ଚମ୍ପତିରାୟ ପୋଡି ଘଟଣାରେ ତଥା କଥିତ ଅଭିଯୁକ୍ତ ମଧୁ ଓରଫ ମଧୁସ୍ମିତା ମହାନ୍ତିଙ୍କୁ ଅଟକ ରଖିଛି ପୁଲିସ । ସେ ରହୁଥିବା କଟକ କାଠଗଡା ସାହିକୁ ଯାଇ ପୋଲିସ ତାଙ୍କୁ ପଚରା ଉଚରା କରିବା ସହ ସେଠାରୁ ଆଣି ଏକ ଅଜ୍ଞାତ ସ୍ଥାନାରେ ରଖି ଜେରା କରୁଛି । ଏଥି ସହିତ ପୁଲିସ ସୋମବାର ରାତିରେ ମଧୁଙ୍କର ଦୁଇ ଭଉଣୀ ସହ ତାଙ୍କ ବାପା ପ୍ରମୋଦ ମହାନ୍ତିଙ୍କୁ ଜଗତସିଂହପୁର ସଦର ଥାନାକୁ ଆଣି ଅଟକ ରଖିବା ସହ ଜେରା ମଧ୍ୟ କରୁଛି ।  ମଧୁସ୍ମିତା ଏହି ମୃତ୍ୟୁ ଘଟଣାରେ ସଂପୃକ୍ତ ନଥିବା କହୁଥିବା ବେଳେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ପାରିନି । କୃଷ୍ଣଚନ୍ଦ୍ର ପୂର୍ବରୁ ମଧୁଙ୍କର ବାପଘର ଦେବ ଗାଁକୁ ଆସିଥିବାର ଓ ତାଙ୍କର ପରିବାର ସହ ପରିଚିତ ଥିବାର ମଧୁଙ୍କ ବାପା କହିଛନ୍ତି ।
ସୂଚନା ଅନୁଯାୟୀ, , ମୃତକ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ । ପରକିୟା ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇ ଥିବାର ମଧ୍ୟ ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ । ଏବେ ଏହାର ପ୍ରମାଣ ମଧ୍ୟ ଲାଗିଛି ପୋଲିସ ହାତରେ । କୃଷ୍ଣଚନ୍ଦ୍ର ମରିବା ପୂର୍ବରୁ ରକ୍ତରେ ମଧୁ ବୋଲି ଲେଖିଥିବା ପୋଲିସ ମାର୍କ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ହତ୍ୟାକାଣ୍ଡ ସହ ମୃତ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁର ଭୂମିକା ରହିଛି । ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ କରିଥିଲେ ପରିବାର ଲୋକେ । ନୟାଗଡ ଜିଲ୍ଲା କାଞ୍ଚନପୁର କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
ଗତ ୮ ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଗାଁରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେଉଥିଲା । କୃଷ୍ଣଙ୍କ ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ୍ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁ ହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Comments are closed.