OnaKhabar

କୋରାପୁଟରେ ଘଟିଛି ଦୁଖଦଃ ଘଟଣା : ବଜ୍ରାଘାତରେ ଗଲା ବାପ-ପୁଅଙ୍କ ଜୀବନ

499

 

କୋରାପୁଟ : ଆଜି କୁମ୍ଭାରପୁଟ ଗାଁରେ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି । ବଜ୍ରାଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି |
ମିଳିଥିବା ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି. ସିଂହପୁର ଥାନା କେବିଡି ପଞ୍ଚାୟତର କୁମ୍ଭାରପୁଟ ଗାଁ କିଛି ଲୋକ ସବୁଦିନ ପରି ଆଜି ଭୋର ସମୟରେ ପାଖ ନଦୀକୁ ମାଛ ମାରିବାକୁ ଯାଇଥିଲେ । ମାଛ ଧରିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ନଦୀକୁ ମାଛ ଧରିବାକୁ ଯାଇଥିବା ସେହି ଲୋକଙ୍କ ଭିତରୁ ଦୁଇ ଜଣଙ୍କର ପ୍ରାଣହାନୀ ଘଟିଛି ।

ପ୍ରାଣ ହରାଇଥିବା ଏହି ଦୁଇ ଜଣ ହେଉଛନ୍ତି ବାପା ଓ ପୁଅ ବୋଲି ଜଣାପଡ଼ିଛି। ଏମାନେ ହେଲେ ବାପା ପୀତବାସ କୁମ୍ଭାର ଓ ତାଙ୍କ ପୁଅ ଉପେନ୍ଦ୍ର କୁମ୍ଭାର । ଦୁହିଁଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ପହିଞ୍ଚି ଘଟଣାର ଅନୁସନ୍ଧାନ କରୁଛି |

ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଏହା ଏବେ ବଡ ପ୍ରାକୃତିକ ବିପର୍ଯୟ ହୋଇଛି | ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି |