OnaKhabar

ବିଜେଡି ବିଧାୟକଙ୍କ ସିଧା ଘୋଷଣା ଭୋଟ ଦେଇନ କାମ ହବନି

686

କନ୍ଧମାଳ : ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ଲୋକଙ୍କୁ ସିଧା ଚ୍ୟାଲେଞ୍ଜ ଭୋଟ ଦେଇନ କାମ ହେବନି | ମୁଖ୍ୟମନ୍ତ୍ରୀ ମୋ ସରକାର କଥା କହୁଥିଲାବେଳେ ତାଙ୍କ ବିଧାୟକ ବିପରୀତ କଥା କହୁଛନ୍ତି |
ବିଜେଡିର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏକ ଜନସଭାରେ ଖୋଲାଖୋଲି କହିଛନ୍ତି ଯେ, ଯେଉଁମାନେ
ତାଙ୍କୁ ଭୋଟ ଦେଇନାହାନ୍ତି , ତାଙ୍କର କୌଣସି କାମ ସେ କରାଇ ଦେବେ ନାହିଁ । ମୁଖ୍ୟମନ୍ତ୍ରୀ ମୋ ସରକାର କଥା
କହି ଅଫିସର ଓ ଦଳୀୟ ନେତାମାନଙ୍କୁ କହୁଛନ୍ତି ଲୋକଙ୍କ ସେବକ ହୁଅ, ଲୋକଙ୍କ ପାଖକୁ ଯାଅ,ସେମାନଙ୍କ ସହ ମିସ, ସେମାନଙ୍କ ସମସ୍ୟା ବୁଝ ଓ ସମାଧାନ କର | ହେଲେ ତାଙ୍କ ବିଧାୟକ ସିଧା ସଳଖ କହୁଛନ୍ତି ଯିଏ ବିଜେଡିକୁ ଭୋଟ ଦେଇନାହାନ୍ତି ସେମାନଙ୍କ କାମହେବନାହିଁ | ଲୋକମାନଙ୍କୁ ଡାକି ସେମାନଙ୍କୁ ବସାଇ ଏପରି କହୁଛନ୍ତି | ଏନେଇ ବିଧାୟକଙ୍କ ଭିଡ଼ିଓ ଭାଇରାଲ ହୋଇଛି |

Comments are closed.