OnaKhabar

ବିଜେପି ନେତା ରବୀନ୍ଦ୍ର ଖରାତ ସମେତ ୫ ଜଣଙ୍କୁ ହତ୍ୟା

1,275

ମୁମ୍ବାଇ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ନେତା ପାର୍ଷଦ ରବୀନ୍ଦ୍ର ଖରାତ, ତାଙ୍କ ପରିବାରର ଅନ୍ୟ ୩ ଜଣ ଓ ପୁଅର ଜଣେ ସାଙ୍ଗକୁ ଦୁର୍ବୃତ୍ତମାନେ ନଶଂସ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି । ଜଳଗାଓ ଜିଲ୍ଲାର ଭୁସାବଲରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ପୋଲିସ କହିଛି, ଦୁର୍ବୃତ୍ତମାନେ ରବୀନ୍ଦ୍ର ଖରାତ ଓ ଅନ୍ୟ ମାନଙ୍କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ ପରେ ଦୁବୃର୍ତ୍ତମାନେ ଛୁରୀ ଭୁସିଥିଲେ । ଏହି ଘଟଣାରେ ସଂପୃକ୍ତ ପୋଲିସ ଏଯାଏଁ ୩ ଜଣଙ୍କୁ ଗିରଫ କରିଛି ।
ଏହି ହତ୍ୟାକାଣ୍ଡ ଗତକାଲି ବିଳମ୍ବିତ ରାତିରେ ହୋଇଛି । ପାର୍ଷଦ ରବୀନ୍ଦ୍ର (୫୫) ଓ ତାଙ୍କର ସଂପର୍କିୟ ନିଜ ଘରେ ଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଦେଶୀ ପିସ୍ତଲ ଓ ଛୁରୀ ନେଇ ଦୁବୃତ୍ତମାନେ ରବୀନ୍ଦ୍ରଙ୍କ ଘର ସମ୍ମୁଖକୁ ଆସିଥଲେ । ସେମାନେ ରବୀନ୍ଦ୍ର ଓ ଅନ୍ୟମାନଙ୍କୁ ଘର ବାହାରୁ ଡାକିଥିଲେ । ରବୀନ୍ଦ୍ର ଯେତେବେଳେ ଘର ବାହାରକୁ ଆସିଥିଲେ ଦୁର୍ବୃତ୍ତମାନେ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ । ଘର ବାହାରେ ପାଟି ଶୁଣି ରବୀନ୍ଦ୍ରଙ୍କ ପରିବାରର ଆଉ ୩ ଜଣ ଓ ପୁଅର ଜଣେ ସାଙ୍ଗ ବାହାରକୁ ବାହାରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଗୁଳି କରିବା ପରେ ଛୁରୀ ଭୁସି ହତ୍ୟା କରିଥିଲେ । ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ମାତ୍ର ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି |

Comments are closed.