OnaKhabar

ଦୁର୍ଗା ପୂଜାରେ ୩ ହତ୍ୟା: ବାଲିକୁଦାରେ ଜିଅନ୍ତା ଜାଳିଦେଲେ, ଅସ୍ତରଙ୍ଗରେ ହାଣିଦେଲେ, ଦୈତାରୀରେ କଚାଡ଼ି ମାରିଦେଲେ

1,393

ଭୁବନେଶ୍ୱର: ସମଗ୍ର ରାଜ୍ୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଥିବା ବେଳେ ପ୍ରଥମ ଦିନରେ ୩ଟି ମୁଣ୍ଡ ଗଡିଛି | ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଜଗତସିଂହପୁରର ବାଲିକୁଦା ଓ କେନ୍ଦୁଝର ଜିଲ୍ଲାର ଦୈତାରୀ ଅଞ୍ଚଳରେ ଅତ୍ୟନ୍ତ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅସ୍ତରଙ୍ଗରେ ବାପା ସାମ୍ନାରେ ପୁଅକୁ ଦୁର୍ବୃତ୍ତମାନେ ହାଣି ହତ୍ୟା କରିଛନ୍ତି। ବାପା ସାଧୁଙ୍କ ଆଖି ଆଗରେ ପୁଅ ଦିଲ୍ଲୀପଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୈତାରୀ କଲୋନିସ୍ଥିତ ଛାତବିଲ୍ଡିଂ ସାହିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ କଚାଡ଼ି ହତ୍ୟା କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତର ଦେବଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗାଁ ସ୍କୁଲ ଛାତ ଉପରେ ଜଣେ ଯୁବକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି |

Comments are closed.