OnaKhabar

ଭାଇରାଲ ହେଲା ଶ୍ରୀମନ୍ଦିର ଭିତରୁ ଫଟୋ

1,638

ପୁରୀ: ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବା ବେଳେ ଆଜି ଶ୍ରୀ ମନ୍ଦିର ଭିତରୁ ଫଟୋ ଭାଇରାଲ ହୋଇଛି । ଏହି ଘଟଣାକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଦିବ୍ୟା। ସେ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ସେ ବେଶ୍ ଅବଗତ। ଭିତରକୁ ସେ ମୋବାଇଲ୍ ନେଇ ନଥିଲେ। ଆନନ୍ଦ ବଜାରରେ ଖାଉଥିବା ବେଳେ କିଏ ଫଟୋ ଉଠାଉଥିଲେ ସେ ଜାଣିନାହାନ୍ତି। ତେବେ ସେ ଫଟୋ ଉଠାଇ ନାହାନ୍ତି।
ସେଠାରେ ବହୁତ ଲୋକ ଫଟୋ ଉଠାଉଥିଲେ। କାହା ଆକାଉଣ୍ଟରୁ ଫଟୋ ଅପଲୋଡ୍ ହୋଇଛି ତାହା ଜାଣିବା ଦରକାର ବୋଲି ଦିବ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରୀମନ୍ଦିର ଆନନ୍ଦବଜାରରେ ଦିବ୍ୟା କିଛି ବ୍ୟକ୍ତିଙ୍କ ସହ ପ୍ରସାଦ ସେବନ କରୁଥିବାର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।